ରିପୋର୍ଟ କାର୍ଡ / କଟକ
ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଗତକାଲି ହୋଇଥିବା ଆଣ୍ଟିଜେନ୍ ଟେଷ୍ଟରେ ରିପୋର୍ଟ ନେଗେଟିଭ୍ ଆସିଥିଲା । ହେଲେ RT-PCR ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଥିବା ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ । ଏହାପରେ ହାଇଦରକୁ ଚୌଦ୍ୱାର ଜେଲରେ ଆଇସୋଲେସନ୍ ଓ୍ୱାର୍ଡରେ ରଖାଯାଇଛି । ଆଜିଠାରୁ ୭ ଦିନିଆ ରିମାଣ୍ଡରେ ହାଇଦରକଂ ନେଇଥାନ୍ତା ମଙ୍ଗଳାବାଗ ପୋଲିସ | ହାଇଦର କରୋନା ପଜିଟିଭ୍ ଚିହ୍ନଟ ପରେ ରିମାଣ୍ଡ ସ୍ଥଗିତ ହୋଇଛି । ହାଇଦର ସୁସ୍ଥ ହେବାପରେ ପୁଣି ଥରେ ତାକୁ ରିମାଣ୍ଡରେ ଅଣାଯିବ । ହାଇଦର କରୋନା ସଂକ୍ରମିତ ଚିହ୍ନଟ ହେବା ଖବର ସାମ୍ନାକୁ ଆସିବା ପରେ ଗ୍ୟାଙ୍ଗଷ୍ଟରକୁ ଧରିଥିବା ଟିମ ମଧ୍ୟରେ ଏବେ ଭୟ ଖେଳିଯାଇଛି । କିଛି ପୋଲିସ୍ କର୍ମଚାରୀଙ୍କୁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଗତକାଲି ହାଇଦରକୁ ଜେରା କରିଥିବା ଅନ୍ୟ ପୋଲିସ କର୍ମଚାରୀମାନଙ୍କୁ ମଧ୍ୟ ଆବଶ୍ୟକ ସ୍ଥଳେ ଆଇସୋଲେସନରେ ରଖାଯିବ । ତେବେ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ, ହାଇଦର କେଉଁଠୁ ସଂକ୍ରମିତ ହୋଇଛି । ରାଜ୍ୟ ବାହାରରୁ ସଂକ୍ରମିତ ହୋଇଥିବା ସନ୍ଦେହ କରୁଛନ୍ତି ମେଡ଼ିକାଲ ଟିମ୍ ।
More Stories
ଶ୍ରୀମୟୀଙ୍କ ପାଇଁ ବାହାରିଲେ ଦେବାଶିଷ…..
ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଶୁଭମିତ୍ରାଙ୍କ ମର୍ଡର କେସ……
ମୁଖ୍ୟମନ୍ତ୍ରୀଙ୍କ ଭାଜପା ବିଧାୟକ ଦଳ ବୈଠକ……