ରିପୋର୍ଟ କାର୍ଡ / ମୁମ୍ବାଇ
‘କମାଠିପୁରାରେ କେବେ ଅମବାସ୍ୟା ହୁଏନି। କାରଣ ସେଠାରେ ଗଙ୍ଗୁବାଈ ରୁହେ। ମୋ କଥା ଆପଣଙ୍କୁ ଟିକେ ଅଡୁଆ ଲାଗିବ, କିନ୍ତୁ ଧ୍ୟାନ ଦେଇ ଶୁଣନ୍ତୁ ଆପଣଙ୍କ ଠାରୁ ଅଧିକ ଇଜ୍ଜତ ମୋ ପାଖରେ ଅଛି। କାରଣ ପ୍ରତି ରାତିରେ ମୁଁ ମୋ ଇଜ୍ଜତ ବିକ୍ରି କରେ। ଶକ୍ତି, ସମ୍ପତ୍ତି ଓ ସଦ୍ବୁଦ୍ଧି ଏସବୁ ମହିଳାଙ୍କ ପାଖରେ ଅଛି, ତେବେ ପୁରୁଷମାନେ କ’ଣ ପାଇଁ ଗର୍ବ କରୁଛନ୍ତି?’ ହାତରେ ମଦ ବୋତଲ ଓ ଆଖିରେ କଳା ଚଷମା ଆଉ ଦେହରେ ଧଳା ଶାଢ଼ୀ ପିନ୍ଧି ଧାକଡ ଅନ୍ଦାଜରେ ଏଣ୍ଟ୍ରି କରିଛନ୍ତି ଗଙ୍ଗୁବାଈ ଓରଫ ଆଲିଆ ଭଟ୍ଟ। ଆଉ କହିଛନ୍ତି ଏଭଳି କିଛି ଦମ୍ଦାର ଡାଏଲଗ।

ଏଥର ଥିଏଟରରେ ଚାଲିବ ‘ଗଙ୍ଗୁବାଈ’ଙ୍କ ରାଜ। ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ର ଟ୍ରେଲର। ଦମ୍ଦାର ଡାଏଲଗ, ଜବରଦସ୍ତ ଅଭିନୟ ସହ ଦର୍ଶକଙ୍କ ହୃଦୟ ଜିତିଛନ୍ତି ଡିମ୍ପଲ ଗାର୍ଲ ଆଲିଆ। ରୋମାଣ୍ଟିକ୍, ହଟ୍ ଆଉ ସୁମ୍ପୁଲ ଲୁକ୍ ନଜର ଆସୁଥିବା ଆଲିଆ ଦେଖାଇଛନ୍ତି ନିଜର ଧାକଡ ଅନ୍ଦାଜ ଆଉ ରୁବାବ। ସେପଟେ ଅଜୟ ଦେବଗନ ମଧ୍ୟ କିଛି କମ୍ ନୁହନ୍ତି। ତାଙ୍କ ଏଣ୍ଟ୍ରି ମଧ୍ୟ ରହିଛି ବେଶ୍ ଧମାକେଦାର୍।

ପୁଣି ଥରେ ଦେଖିବାକୁ ମିଳିଛି ତାଙ୍କର ଆକ୍ସନ ଅବତାର। ଗ୍ୟାଙ୍ଗଷ୍ଟର କରିମ ଲାଲା ସାଜି ସେ କରିଛନ୍ତି ଜବରଦସ୍ତ ଆକ୍ସନ। ସଞ୍ଜୟ ଲୀଲା ବଂସାଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗଙ୍ଗୁବାଈ କାଠିଆୱାଡି’ ଫିଲ୍ମକୁ ନେଶ ଏବେ ଫ୍ୟାନ୍ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ବଢ଼ିଯାଇଛି। ସୋଶାଲ ମିଡିଆରେ ଲୋକେ ଟ୍ରେଲରକୁ ନେଇ ଭିନ୍ନ ଭିନ୍ନ କମେଣ୍ଟ ଦେଉଛନ୍ତି। ଜଣେ ୟୁଜର୍ସ ‘ପୁଷ୍ପା’ ଫିଲ୍ମର ଡାଏଲଗ୍ ଲେଖି କମେଣ୍ଟ କରିଛନ୍ତି ଫ୍ଲାଭର ନୁହେଁ ଫାୟାର ହୈ ଫାୟାର..। ଏଭଳି ଅନେକ କମେଣ୍ଟ ଆସିଛି। ଫିଲ୍ମରେ ଲିଡ୍ ରୋଲରେ ଆଲିଆ ଭଟ୍ଟ ଥିବାବେଳେ ତାଙ୍କ ଅପୋଜିଟ୍ରେ ଅଛନ୍ତି ଅଜୟ ଦେବଗନ୍। ଫିଲ୍ମଟି ଆସନ୍ତା ୨୫ ତାରିଖରେ ବଡ ପରଦାରେ ରିଲିଜ ହେବ।






More Stories
ଅଭିଜିତ୍ ମଜୁମଦାରଙ୍କ ପରଲୋକ…..
ଅପରାଜିତାଙ୍କୁ ବସନ୍ତ ନାୟକ ସ୍ମୃତି ସମ୍ମାନ…..
ଟିକସ ଛାଡ଼ ହେଲା “ଧୁରନ୍ଧର”…..