Report Card Odisha

| Daily Odia News

ଘରଭିତରୁ ଝୁଲନ୍ତା ଅବସ୍ଥାରେ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର….

ରିପୋର୍ଟ କାର୍ଡ / ଯାଜପୁର

ଘରଭିତରୁ ଝୁଲନ୍ତା ଅବସ୍ଥାରେ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଏଭଳି ଘଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଉତ୍ତରକୂଳ ପଞ୍ଚୟତ ସୁନ୍ଦରପୁର ଗାଁରେ । ଦମ୍ପତ୍ତିଙ୍କ ମୃତଦେହ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମୃତ ଦମ୍ପତ୍ତି ଅନିଶା ନାଥ ଓ ଦୀପକ କୁମାର ନାଥ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଉତ୍ତରକୂଳ ପଞ୍ଚାୟତ ସୁନ୍ଦରପୁର ଗ୍ରାମର ୩୩ ବର୍ଷ ବୟସ୍କ ଦୀପକ କୁମାର ନାଥ ଯାଜପୁର ଟାଉନ ଥାନା ଖଣ୍ଡରା ଗ୍ରାମର ୨୦ ବର୍ଷ ବୟସ୍କା ଅନିଶା ନାଥଙ୍କୁ ଗତବର୍ଷ ଜୁଲାଇ ୬ରେ ବିବାହ କରିଥିଲେ । ଦୀପକ ହାଇଦ୍ରାବାଦରେ କାମ କରୁଥିବା ବେଳେ କରୋନା ପାଇଁ ଭଲ ରୋଜଗାର ନଥିଲା । ଅନ୍ୟପଟେ ବୋହୂ ଅନିଶାଙ୍କୁ ତାଙ୍କ ଶାଶୁ ଓ ନଣନ୍ଦ ନିର୍ଯାତନା ଦେଉଥିବା ଝିଅର ବାପଘର ଲୋକ ଅଭିଯୋଗ ଉଠାଇଛନ୍ତି । ଅନିଶା ୬ ମାସ ‌ହେଲା ବାପ ଘରେ ରହୁଥିଲେ । ଗତ ୧୧ ତାରିଖରେ ଦୀପକ ଘରକୁ ଫେରିଥିବା ବେଳେ ଅନିଶା ମଧ୍ୟ ଶାଶୁଘରକୁ ଆସିଥିଲେ । ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଭଲ ସଂପର୍କ ଥିବା ଉଭୟ ପରିବାର କହୁଥିବା ବେଳେ ବିଞ୍ଝାରପୁର ଥାନା ଅଧିକାରୀ ଅମରେନ୍ଦ୍ର ଦାଶ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

 

Breaking News