Report Card Odisha

| Daily Odia News

ଗର୍ଭବତୀ ନେଇ ପାରିବେ କରୋନା ଟିକା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ସହିତ ମୁକାବିଲା କରିବା ପାଇଁ ଭ୍ୟାକ୍ସିନ୍‌ ଏକମାତ୍ର ଅସ୍ତ୍ର  | ସଂକ୍ରମଣ ହ୍ରସକରିବା ପାଇଁ ଟିକାକରଣକୁ ଅଧିକରୁ ଅଧିକ ଗୁରୁତ୍ୱ ଦିଆଯାଉଛି |  ସବୁ ବର୍ଗଙ୍କ ପାଇଁ ଟିକାକରଣ ହେଉଥିବା ବେଳେ ବହୁ ପ୍ରତୀକ୍ଷା ପରେ ଗର୍ଭବତୀଙ୍କ ପାଇଁ କରୋନା ଭ୍ୟାକ୍ସିନ୍‌କୁ ନେଇ ମତ ରଖିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଆଗକୁ ଗର୍ଭବତୀଙ୍କୁ କରୋନା ଟିକା ଦିଆଯିବା ନେଇ ଅନୁମତି ଦେଲା ସ୍ୱାସ୍ଥ୍ୟ ମନ୍ତ୍ରଣଳୟ । କରୋନା ମହାମାରୀର ଦ୍ଵିତୀୟ ଲହର ସରିନଥିବା ବେଳେ ତୃତୀୟ ଲହର ଆହୁରି ଭୟଙ୍କର ହେବ ବୋଲି କୁହାଯାଉଛି | ଏହି ମାରାତ୍ମକ ଭୁତାଣୁ କାହାକୁ ବି ସଂକ୍ରମିତ କରିପାରେ | ସେଥିପାଇଁ ସରକାର ସମସ୍ତଙ୍କୁ ଟିକା ନେବା ପାଇଁ କହିଛନ୍ତି। ବର୍ତ୍ତମାନ ଗର୍ଭବତୀ ମହିଳାମାନେ ମଧ୍ୟ କରୋନା ଟିକା ପାଇପାରିବେ | ଏନେଇ ଗର୍ଭବତୀ ମହିଳାଙ୍କ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ନୂତନ ଗାଇଡଲାଇନ ପୂର୍ବରୁ ଜାରି କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ନୂଆ ନିର୍ଦ୍ଦେଶାବଳୀରେ ଗର୍ଭବତୀ ମହିଳାଙ୍କ ଟିକା ନେବା ନେଇ ଚିନ୍ତା ଦୂର କରାଯାଇଛି। ଏଥିରେ ସ୍ପଷ୍ଟ କରାଯାଇଛି ଯେ ଗର୍ଭବତୀ ମହିଳାଙ୍କ ପାଇଁ କରୋନା ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ଅଟେ। ଏହି ଟିକା ଅନ୍ୟ ଲୋକଙ୍କ ପରି ଗର୍ଭବତୀ ମହିଳାମାନଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷା ଯୋଗାଇଥାଏ ବୋଲି ଏଥିରେ କୁହାଯାଇଥିଲା | ମହିଳାମାନଙ୍କୁ ଟୀକାକରଣ ପାଇଁ ନିର୍ଦ୍ଦେଶାବଳୀ ଦିଆଯାଇଛି । ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି ଯେ ଅଧିକାଂଶ ଗର୍ଭବତୀ ମହିଳାଙ୍କର ସଂକ୍ରମଣର ସାମାନ୍ୟ ଲକ୍ଷଣ ଦେଖାଯିଏ, କିନ୍ତୁ ତାପରେ ସେମାନଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଯାଏ । ଗର୍ଭସ୍ଥ ଶିଶୁଙ୍କୁ ମଧ୍ୟ ପ୍ରଭାବିତ କରିପାରେ । ତେବେ କୋଭିଡ-୧୯ ରୁ ନିଜକୁ ରକ୍ଷା କରିବା ପାଇଁ ସେମାନେ ସମସ୍ତ ସତର୍କତା ଅବଲମ୍ବନ କରିବା ଜରୁରୀ ଅଟେ । ତେଣୁ ଗର୍ଭବତୀ ମହିଳାମାନେ କରୋନା ଟିକା ପାଇବା ଉଚିତ ବୋଲି ପରାମର୍ଶ ଦିଆଯାଇଛି।

Breaking News