Report Card Odisha

| Daily Odia News

ଗ୍ୟାସ ସିଲିଣ୍ଡର ଫାଟି ଉଡ଼ିଗଲା ଛାତ…..

ରିପୋର୍ଟ କାର୍ଡ / ବ୍ରହ୍ମହପୁର

ଗ୍ୟାସ ସିଲିଣ୍ଡର ଫାଟି ଘର ଛାତ ଉଡିଯାଇଛି । ଏପରି ଅଘଟଣ ଘଟିଛି ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ଦେବରାଜ ନାୟକଙ୍କ ଘରେ | ଏଥିରେ ୨ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ- ଦେବରାଜ ନାୟକ କମର୍ସିଆଲ ସିଲିଣ୍ଡର ଆଣି ବିଭିନ୍ନ ହୋଟେଲକୁ ବିକ୍ରି କରିଥାନ୍ତି। ୨ଟି ଅଲଗା ରୁମ୍‌ରେ ସେ ପ୍ରାୟ ୬୬ଟି ସିଲିଣ୍ଡର ରଖିଥିଲେ। ଆଜି ଗ୍ୟାସ୍‌ ରହୁଥିବା ରୁମ୍‌ର କବାଟ ଖୋଲି ଇଲେକ୍ଟ୍ରି ସୁଇଚ ଅନ୍‌ କରିଦେଇଥିଲେ। ଫଳରେ ହଠାତ୍‌ ବିସ୍ଫୋରଣ ହୋଇ କାନ୍ଥ ଭାଙ୍ଗିଯିବା ସହ ଛାତ ବି ଉଡ଼ି ଯାଇଥିଲା। ଏହି ଦୁର୍ଘଟଣାରେ ଦେବରାଜ ନାୟକଙ୍କ ସମେତ ଅଶୋକ ନାୟକ ନାମକ ବ୍ୟକ୍ତି ମଧ୍ୟ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ପ୍ରଥମେ ବ୍ରହ୍ମପୁର ଏମକେସିଜି ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Breaking News