ରିପୋର୍ଟ କାର୍ଡ / ଭୁବନେଶ୍ୱର
କଂଗ୍ରେସ ବିଧାୟକ ମୋହମ୍ମଦ ମୋକିମ ଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଛି | ସେ ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ପିସିସି ସଭାପତି ଶରତ ପଟ୍ଟନାୟକ ଏହି ନୋଟିସ୍ ଜାରି କରିଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ମୋକିମ ଦୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ | ୨ ସପ୍ତାହ ମଧ୍ୟରେ ଜବାବ ଦେବାକୁ ମୋକିମ ଙ୍କୁ ନିର୍ଦ୍ଦେଶ ହୋଇଛି | ଏନେଇ କଂଗ୍ରେସ ମିଡିଆ ସେଲ ମୁଖ୍ୟ ସତ୍ୟପ୍ରକାଶ ନାୟକ ସୂଚନା ଦେଇଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଥିଲେ ମହମ୍ମଦ ମୋକିମ । ଦଳୀୟ ନିର୍ଦ୍ଦେଶ ନମାନି ଭୋଟ ଦେଇଥିଲେ ମୋକିମ । ଏହା ସହ କଂଗ୍ରେସ ବିରୋଧରେ ଅପପ୍ରଚାର କରୁଥିବା ନେଇ ମୋକିମଙ୍କ ଉପରେ ଅଭିଯୋଗ ହୋଇଛି ।






More Stories
ମମତାଙ୍କ ବିରୋଧରେ ମାମଲା ରୁଜୁ…..
ମାଗଣା ଚାଉଳକୁନେଇ ବଡ ଘୋଷଣା…..
ଏକାସଙ୍ଗେ ମିଳିବ ୩ ମାସର ଭତ୍ତା……