ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶେଷରେ ପାଲେଷ୍ଟାଇନର ଗାଜା ସହରରେ ଅସ୍ତ୍ରବିରତି ଲାଗୁ ହୋଇଛି। ମୁକ୍ତ ହେବାକୁ ଥିବା ପ୍ରଥମ ତିନି ଜଣ ଇସ୍ରାଏଲ୍ ବନ୍ଧକଙ୍କ ନାମ ତାଲିକା ଜାରି କରିିଛି ହମାସ୍। ଏହାପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ନିର୍ଦ୍ଦେଶରେ ଗାଜାରେ ଅସ୍ତ୍ରବିରତି ଲାଗୁ କରାଯାଇଛି। ସ୍ଥାନୀୟ ସମୟ ଅନୁସାରେ, ରବିବାର ଦିନ ୧୧ଟା ୧୫(ଭାରତୀୟ ସମୟ ଦିନ ୨.୪୫)ରେ ଗାଜାରେ ଅସ୍ତ୍ରବିରତି ଲାଗୁ ହୋଇଛି। ହମାସ୍ ବନ୍ଧକଙ୍କ ତାଲିକା ଦେବାରେ ବିଳମ୍ବ କରିବାକୁ ଧାର୍ଯ୍ୟ ସମୟଠାରୁ ପ୍ରାୟ ତିନି ଘଣ୍ଟା ବିଳମ୍ବରେ ଅସ୍ତ୍ରବିରତି ଲାଗୁ ହୋଇଛି। ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସ ପୋଷ୍ଟ ଜରିଆରେ ଏନେଇ ସୂଚନା ଦିଆଯାଇଛି। ଇସ୍ରାଏଲ ଓ ହମାସ ମଧ୍ୟରେ ୧ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧକୁ ରୋକିବାର ଉପାୟ ଖୋଜିବା ପାଇଁ ଅସ୍ତ୍ରବିରତି ଚୁକ୍ତି ହୋଇଛି। ଏହାକୁ ପର୍ଯ୍ୟାୟ ଅନୁଯାୟୀ କାର୍ଯ୍ୟକାରୀ କରାଯିବ। ଚୁକ୍ତିନାମା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୪୨ ଦିନର ଅସ୍ତ୍ରବିରତି ହେବ ଏବଂ ଏହି ସମୟ ମଧ୍ୟରେ ବନ୍ଧକମାନଙ୍କୁ ମୁକ୍ତ କରାଯିବ। ଏବେ ୩୩ରୁ ଅଧିକ ଇସ୍ରାଏଲ୍ ନାଗରିକ ହମାସ କବ୍ଜାରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ରବିବାର ୩ ଜଣ ବନ୍ଧକଙ୍କୁ ମୁକ୍ତ କରାଯିବ, ଯେଉଁମାନଙ୍କ ନାମ ହାମାସ ଇସ୍ରାଏଲକୁ ହସ୍ତାନ୍ତର କରାଯାଇଛି।





More Stories
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..
୬ଟି ଆସନରେ ଆଜି ଉପନିର୍ବାଚନ…..