ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରେ | ସମସ୍ତଙ୍କ ପାଇଁ ମୃତ୍ୟୁ ସଂଜୀବନୀ ସାଜିଛି କରୋନା ଟିକା | ସଂକ୍ରମଣ ରୋକିବା ପାଇଁ କେତେକ ରାଜ୍ୟରେ ଲକ ଡାଉନ, ସଡ଼ ଡାଉନ ଜାରିରହି | ଏହି ସମୟରେ ଖାଇବାକୁ ପାଉନଥିବା ସାଧାରଣ ଲୋକେ ଟିକା କିଣି ନେବା ସମ୍ଭବ ପର ନୁହେଁ | ସରକାର ମାଗଣା ଟିକା ଦାନ ନେଇ ଦାବିହେଉଛି | ସମସ୍ତଙ୍କୁ ମାଗଣାରେ କରୋନା ଟିକା ଦିଆଯାଉ। ଟିକାର ଅଭାବ ଦୂର କରିବା ଲାଗି ଉଭୟ ଦେଶ ଏବଂ ବିଶ୍ବ ବଜାରରୁ ଟିକା କିଣାଯାଉ। ଏଥିଲାଗି ବଜେଟରେ ୩୫ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଉ। କରୋନା ସଂକ୍ରମଣକୁ ନେଇ ସାରା ଦେଶ ସଙ୍କଟ ଦେଇ କରୁଥିବା ବେଳେ ସେଂଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ବନ୍ଦ ରଖି ଏହି ଅର୍ଥରେ ଟିକା, ଅକ୍ସିଜେନ୍ ଏବଂ ଡାକ୍ତରୀ ଉପକରଣ କିଣାଯାଉ। ବିଭିନ୍ନ ବିରୋଧୀ ଦଳର ୧୨ ଜଣ ନେତା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ଉପରୋକ୍ତ ଦାବି ଜଣାଇଛନ୍ତି। ଏହି ନେତାମାନଙ୍କ ମଧ୍ୟରେ ଅନେକ ମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି। କରୋନା ସ୍ଥିତି ଏବଂ ଏହାର ମୁକାବିଲାରେ ସରକାରଙ୍କ ଭୂମିକା ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ୯ଟି ପ୍ରସ୍ତାବ ଦେଇଛନ୍ତି। କହିଛନ୍ତି ଯେ ଏହାଦ୍ବାରା ଭୟଙ୍କର ମହାମାରୀକୁ ରୋକାଯାଇପାରିବ। ସେମାନେ କହିଛନ୍ତି ଯେ ଟିକାକରଣ ପ୍ରକ୍ରିୟା ତ୍ବରାନ୍ବିତ କରିବା ଲାଗି କେନ୍ଦ୍ର ସରକାର ସମଗ୍ର ଦେଶ ପାଇଁ ଟିକା ସଂଗ୍ରହ କରନ୍ତୁ। ବିଶ୍ବ ବଜାରରୁ ଟିକା କିଣନ୍ତୁ ଏବଂ ଦେଶ ଭିତରେ ଟିକା ଉତ୍ପାଦନ ବଢ଼ାନ୍ତୁ। ଦିଲ୍ଲୀରେ ଚାଲିଥିବା ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ବନ୍ଦ କରି ଏହାର ଅର୍ଥକୁ ଟିକା, ଅକ୍ସିଜେନ୍ ଏବଂ ଡାକ୍ତରୀ ଉପକରଣ କିଣାରେ ଉପଯୋଗ କରନ୍ତୁ। ପ୍ରଧାନମନ୍ତ୍ରୀ କେୟାର ଫଣ୍ଡରୁ ଟଙ୍କା ରିଲିଜ୍ କରି କରୋନା ମୁକାବିଲାରେ ଖର୍ଚ କରାଯାଉ। ଗରିବଙ୍କୁ ମାଗଣା ଖାଦ୍ୟଶସ୍ୟ ବଣ୍ଟନ ପ୍ରକ୍ରିୟା ଜାରି ରଖିବା ସହିତ ବେକାର ଲୋକଙ୍କୁ ମାସିକ ୬ ହଜାର ଟଙ୍କା ଭତ୍ତା ଦେବାଲାଗି ମଧ୍ୟ ସେମାନେ ପ୍ରସ୍ତାବ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଥିବା ବିରୋଧୀ ଦଳ ନେତାମାନେ ହେଲେ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବଗୌଡ଼ା, ଏନସିପି ମୁଖ୍ୟ ଶରଦ ପାୱାର, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ, ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍, ଆରଜେଡି ନେତା ତେଜସ୍ବୀ ଯାଦବ, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ବାମପନ୍ଥୀ ନେତା ସୀତାରାମ ୟେଚୁରୀ, ଡି. ରାଜା ଏବଂ ନେସନାଲ କନଫେରେନ୍ସ ନେତା ଫାରୁକ୍ ଅବଦୁଲ୍ଲା।
More Stories
ଭଗୱନ୍ତ ମାନ୍ଙ୍କ ବାସଭବନରେ ପୋଲିସ, ଇସି ଟିମ୍…..
ଦାୟିତ୍ୱ ନେଲେ ରାଜ୍ୟ ନିର୍ବାଚନ କମିଶନର…..
ରାଜଧାନୀ ଭୁବନେଶ୍ୱରରେ ଡମ୍ଫର ଚକା ତଳେ ପଶିଗଲା ବାଇକ୍ .