ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୀର୍ଘ ସମୟ ଧରି ଅପେକ୍ଷା ପରେ ଚଳଚ୍ଚିତ୍ର କେଜିଏଫ୍ ଶେଷରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ସୁପରଷ୍ଟାର ତଥା ରକିଂ ଷ୍ଟାର୍ ୟଶଙ୍କ ଫିଲ୍ମ ସିନେମା ଘରେ ଧମାଲ୍ କରୁଛି । ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ଟ୍ରେଣ୍ଡ ଦେଖାଯାଉଛି । ଦର୍ଶକ ଫିଲ୍ମକୁ ବହୁତ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି । ପ୍ରଶଂସକମାନେ ଫିଲ୍ମର ପ୍ରତ୍ୟେକ ଚରିତ୍ରକୁ ପସନ୍ଦ କରୁଛନ୍ତି । ଏହି ସମୟରେ ପ୍ରଶଂସକଙ୍କ ପାଇଁ ଏକ ବଡ ଏବଂ ଖୁସି ଖବର ଆସିଛି । ୟଶଙ୍କ ‘KGF ପାର୍ଟ-୨ ପରେ, ପାର୍ଟ ୩’ ଆସିବାର ସୂଚନା ମଧ୍ୟ ମିଳିଛି । ଯାହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ନିର୍ମାତାମାନେ ବର୍ତ୍ତମାନ କେଜିଏଫ୍-୩ ପାଇଁ କାମ କରୁଛନ୍ତି। କେଜିଏଫ୍ ର ପ୍ରଥମ ଅଧ୍ୟାୟ ୨୦୧୮ ରେ ମୁକ୍ତିଲାଭ କରିଥିଲା ଏବଂ ଏହା ପରେ ୨୦୨୨ମସିହାରେ ଫିଲ୍ମର ଦ୍ୱିତୀୟ ଅଧ୍ୟାୟ ମୁକ୍ତିଲାଭ କରିଛି। ନିକଟରେ ହିନ୍ଦୁସ୍ତାନ ଟାଇମ୍ସ ସହିତ କଥାବାର୍ତ୍ତା କରୁଥିବାବେଳେ ପ୍ରଶାନ୍ତ ନୀଲଙ୍କୁ ଏହାରି ବିଷୟରେ ପ୍ରଶ୍ନ କରାଯାଇଥିଲା, ଯେଉଁଥିରେ ସେ କହିଥିଲେ ଯେ ଏତେ ଜଲଦୀ ଏ ବିଷୟରେ କହିବା ଠିକ୍ ହେବ ନାହିଁ । ଯଦି ଲୋକମାନେ କେଜିଏଫ୍-୨କୁ ପସନ୍ଦ କରୁଛନ୍ତି।
More Stories
ପଦ୍ମ ପୁରସ୍କାରରେ ସମ୍ମାନିତ ହେବେ ସୁପରଷ୍ଟାର ଅଜିତ କୁମାର…..
ତେଲଗୁ ସୁପରଷ୍ଟାର ମହେଶବାବୁଙ୍କୁ ଇଡି ସମନ…..
ପରଲୋକରେ ମନୋଜ କୁମାର….