ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫ୍ରିକୀୟ ଦେଶ ଘାନାରେ ଏକ ଭୟଙ୍କର ବିସ୍ଫୋରଣ ଘଟି ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୯ ଲୋକେ ଆହତ ହୋଇଛନ୍ତି | ବିସ୍ଫୋରଣରେ ଅନେକ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି। ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଏହି ଅଘଟଣରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୫୯ ଲୋକେ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଯୋଗ୍ୟ, ଏକ ଟ୍ରକ ସୁନାଖଣିକୁ ବିସ୍ଫୋଟକ ନେଇ ଯାଉଥିବା ସମୟରେ ଉକ୍ତ ଟ୍ରକ ସହ ଏକ ମୋଟରସାଇକେଲ ଧକ୍କା ହୋଇଥିଲା। ବାଇକଟି ଟ୍ରକ ତଳକୁ ପଳାଇ ଆସିିବାରୁ ବିସ୍ଫୋରଣ ଘଟିଥିଲା। ସୋସିଆଲ ମିଡିଆରେ ଏହି ଘଟଣା ସହ ଜଡିତ ଏକ ଭିଡିଓ ଭାଇରାଲ ହେଉଥିବା ଦେଖାଯାଉଛି। ମାତ୍ର ଭିଡିଓଟି କେତେ ପରିମାଣରେ ସତ୍ୟତା ରହିଛି, ତାହାର ସ୍ପଷ୍ଟତା ମିଳିପାରି ନାହିଁ।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..