ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଘର ଭିତରୁ ପରିବାରର ୫ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି | ଏଭଳି ଦୁଖଦ ଘଟଣା ଘଟିଛି କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁର ବ୍ୟାଦରହଲ୍ଲୀ ଅଞ୍ଚଳରୁ | ଏହି ଘଟଣାରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିବା ବେଳେ ୯ ମାସର ଶିଶୁଟି ମୃତ ଅବସ୍ଥାରେ ବିଛଣାରେ ପଡିଥିବା ଦେଖାଯାଇଥିଲା । ଏହା ଦିଲ୍ଲୀର ବୁରାଡି ଘଟଣାକୁ ପୁଣିଥରେ ମନେପକାଇ ଦେଇଛି । ବୁରାଡିରେ ୨ ବର୍ଷ ପୂର୍ବେ ଗୋଟିଏ ଘର ଭିତରେ ୧୧ ଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ବେଙ୍ଗାଲୁରୁର ଏହି ଘଟଣା ୫ ଦିନ ପୂର୍ବର ବୋଲି ଅନୁମାନ କରାଯାଉଥିବା ବେଳେ ସମସ୍ତ ମୃତଦେହ ସହ ଏକ ଅଢେଇ ବର୍ଷର ଶିଶୁକନ୍ୟା ଥିବା ବେଳେ ତାକୁ ପ୍ରାୟତଃ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସ ତଥ୍ୟ ମିଳିପାରି ନାହିଁ ।
Discussion about this post