Report Card Odisha

| Daily Odia News

ଘରେ ଅର୍ଥର ଅଭାବ ରହୁଛି କି, କରନ୍ତୁ ଏହି ଉପାୟ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବାସ୍ତୁଶାସ୍ତ୍ରକୁ ବହୁତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ। ଘରେ ଆର୍ଥିକ ଅଭାବ ଲାଗି ରହୁଥିଲେ ,ଏହାକୁ ଆପଣାଇବା ଦ୍ୱାରା ସ୍ଥିତିରେ ସୁଧାର ଆସିଥାଏ ବୋଲି ମାନ୍ୟତା ରହିଛି। ଅଭାବକୁ ଘରୁ ବାହାର କରିବାକୁ ହେଲେ କିଛି ବାସ୍ତୁଗତ ଦିଗ ପ୍ରତି ଧ୍ୟାନ ଦେବାକୁ କୁହାଯାଉଛି। ଯେପରିକି:

ଝାଡ଼ୁ- ପୋଛା ଦ୍ୱାରା ବଦଳେ ଆର୍ଥିକ ସ୍ଥିତି:
ବାସ୍ତୁଶାସ୍ତ୍ର ଅନୁଯାୟୀ ଝାଡ଼ୁ ଧନର ସୂଚକ। ଯେଉଁ ବ୍ୟକ୍ତିଙ୍କ ଘରେ ଥିବା ଝାଡ଼ୁ-ପୋଛାକୁ ଯିବାଆସିବା କରୁଥିବା ଲୋକ ଦେଖିଥାନ୍ତି ତାଙ୍କ ଘରେ ଥିବା ଧନ ପାଣି ପରି ହାତରୁ ବୋହିଯାଏ। ଏହା ସର୍ବଦା ଲୁଚାଇ ରଖିବା ଉଚିତ। ଏହାଦ୍ୱାରା ଘରେ ଧନର ସମସ୍ୟା ରହି ନ ଥାଏ।

ଲୁଣ ବ୍ୟବହାର ଚମତ୍କାରୀ:
ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ଶୌଚାଳୟରେ ଗୋଟିଏ ଗିନା ଲୁଣ ରଖିବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଏହାଛଡ଼ା ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ। ତେବେ ଲୁଣକୁ ଏଭଳି ସ୍ଥାନରେ ରଖିବା ଉଚିତ ଯେଉଁଠାରେ ପାଣି ମିଶିବ ନାହିଁ। ଯଦି ପାଣି ମିଶିଯାଏ ତୁରନ୍ତ ଏହାକୁ ବଦଳାଇଦେବା ଜରୁରୀ।

ଛୁରୀ-କଇଁଚି ଦରିଦ୍ରତା ଆଣିଥାଏ:
ଯଦି ଘରେ ଛୁରୀ-କଇଁଚିକୁ ଲୁଚାଇ ରଖାଯାଏନାହିଁ ତେବେ ଦରିଦ୍ରତାକୁ ଏମାନେ ଟାଣି ଆଣନ୍ତି। ଏଣୁ ରୋଷେଇଘରର ଚୁଲା ତଳେ ନଚେତ ବାସନ କୁସନ ପଛପଟେ ଏହାକୁ ଲୁଚାଇ ରଖନ୍ତୁ। ବାହାରଲୋକ ଏଗୁଡ଼ିକୁ ଦେଖିଲେ ଘରର ଟଙ୍କା ବାହାରକୁ ଚାଲିଯାଇଥାଏ। କାମ ସରିବା ପରେ ଏହାକୁ ସଫା କରି ଲୁଚାଇଦେବା ଭଲ।

ଅଳିଆ ରଖିବା ଜାଗା ସ୍ବତନ୍ତ୍ର:
ଯଦି ଘରେ ଆର୍ଥିକ ସ୍ଥିତିରେ ସୁଧାର ଚାହୁଁଛନ୍ତି ତେବେ ଘରର ଅଳିଆ କଢ଼ା ଡବାକୁ ମୁଖ୍ୟଦ୍ୱାରର ପଛପଟେ ରଖନ୍ତୁ। ଫଳରେ ଘରେ ଧନ ସମ୍ପତ୍ତି ଭରପୂର ରହିଥାଏ। କବାଟ ପଛରେ ଏହାକୁ ରଖିଲେ ଘରେ ଦରିଦ୍ରତା ଆସେନାହିଁ ବୋଲି ମଧ୍ୟ କୁହାଯାଇଥାଏ।

ଶୌଚାଳୟ/ଗାଧୁଆଘର କବାଟକୁ ବନ୍ଦ ରଖନ୍ତୁ:
ଶୌଚାଳୟର କବାଟକୁ ସବୁବେଳେ ବନ୍ଦ ରଖିବା ଦ୍ୱାରା ଘରୁ ଦୁର୍ଭାଗ୍ୟ ଓ ଦରିଦ୍ରତା ଦୂର ହୋଇଥାଏ। ଯେଉଁ ବ୍ୟକ୍ତି ସର୍ବଦା ଘରର ଶୌଚାଳୟ ବନ୍ଦ ରଖିଥାନ୍ତି ତାଙ୍କ ଘରେ ଧନର ଅଭାବ ରହି ନ ଥାଏ। ଏହା ବହୁତ ସହଜ ଏବଂ ପ୍ରଭାବଶାଳୀ ଉପାୟ।

Breaking News