ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମା’ ଦୂର୍ଗାଙ୍କ ଭସାଣିରେ ନାଚୁଥିବା ଲୋକଙ୍କ ଉପରେ ଖସି ପଡ଼ିଲା ବଡ଼ ମ୍ୟୁଜିକ୍ ସିଷ୍ଟମ। ଏଭଳି ଅଘଟଣ ଘଟିଛି ଉତ୍ତରପ୍ରଦେଶର ଆଜମଗଡ଼ରେ | ୪ଜଣ ଆହତ ହୋଇଥିବା ଜଣାପଡ଼ିଛି। ଘଟଣା ଘଟିବା ସମୟର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି | ଯେଉଁଥିରେ ଗାଡ଼ି ଉପରେ ରଖାଯାଇଥିବା ମ୍ୟୁଜିକ ସିଷ୍ଟମ ଲୋକଙ୍କ ଉପରକୁ ଖସି ପଡ଼ୁଛି। ପୋଲିସ ସୂଚନାନୁସାରେ, ଫୁଲପୁର ସହରରେ ଏହି ଘଟଣା ଘଟିଛି ଏବଂ ଏହାକୁ ନେଇ ଏକ ମାମଲା ରୁଜୁ କରାଯାଇଛି। ମ୍ୟୁଜିକ୍ ସିଷ୍ଟମ ନେଇ ଯାଉଥିବା ଗାଡି ଡ୍ରାଇଭର ଓ ଶୋଭାଯାତ୍ରାର ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଅନେକ ଲୋକଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..