ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନାର ଦ୍ଵିତୀୟ ଲହରର ମୁକାବିଲା ପାଇଁ କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ସମସ୍ତେ ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି । ଅଧିକ ମାତ୍ରାରେ ଟିକାର ଉତ୍ପାଦନ ହୋଇ ପାରୁନଥିବାରୁ ରାଜ୍ୟରେ ଟିକାକରଣକୁ ପ୍ରଭାବିତ କରୁଛି । ଟିକା ଅଭାବ ଦୂର କରିବା ପାଇଁ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ଦେଇଥିଲେ। ଏଥିରେ ଏବେ ଉନ୍ନତି ଘଟିଛି। ଗ୍ଲୋବାଲ ଟେଣ୍ଡରରେ ରାଜ୍ୟକୁ ଦୁଇଟି ବିଡ୍ ମିଳିଛି। ଟିକା କିଣିବା ନେଇ ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡରରେ ଦୁଇଟି ଆବେଦନ ମିଳିଛି । ୨ଟି କମ୍ପାନୀ ବିଡକୁ ରାଜ୍ୟ ସରକାର ଗ୍ରହଣ କରିଥିବା ନେଇ ଶୁକ୍ରବାର ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଏହି ଦୁଇଟି ବିଡର ସର୍ତ୍ତ ଓ ମୂଲ୍ୟକୁ ସରକାର ତର୍ଜମା କରୁଥିବା ସେ କହିଛନ୍ତି। ରାଜ୍ୟରେ କରୋନା ଟିକାର ଆବଶ୍ୟକତା ପୂରଣ କରିବା ପାଇଁ ଗ୍ଲୋବାଲ୍ ଟେଣ୍ଡର କରିବାକୁ ନିଷ୍ପତ୍ତି ହୋଇଥିଲା । ଏଥି ପାଇଁ ରାଜ୍ୟ ସରକାର ଦୁଇଟି କମିଟିର ଗଠନ କରିଛନ୍ତି। ଏଥିରେ ଗୋଟିଏ ବୈଷୟିକ କମିଟି ଏବଂ ଅନ୍ୟ ଗୋଟିଏ ପରିଚାଳନା କମିଟି । ବୈଷୟିକ କମିଟିରେ ମୋଟ ୧୦ ଜଣ ସଦସ୍ୟ ରହିଥିବା ବେଳେ ପରିଚାଳନା କମିଟିରେ ୯ ଜଣ ସଦସ୍ୟ ରହିଛନ୍ତି । ଇ-ଗ୍ଲୋବାଲ୍ ଟେଣ୍ଡର ପଲିସିରେ ରାଜ୍ୟ ଔଷଧ ନିଗମ କରୋନା ଟିକା କିଣିବ ବୋଲି ସୂଚନା ମିଳିଛି ।
Discussion about this post