Report Card Odisha

| Daily Odia News

ଜିନ୍‌ସ୍‌, ଟି-ସାର୍ଟ,ସ୍ପୋର୍ଟସ୍‌ ସୁଜ୍‌ ପିନ୍ଧି ଅଫିସ ଆସିବା ମନା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏଣିକି ଜିନ୍‌ସ୍‌, ଟି-ସାର୍ଟ କିଂବା ସ୍ପୋର୍ଟସ୍‌ ସୁଜ୍‌ ପିନ୍ଧି ଅଫିସ ଆସିବା ମନା | ଅଫିସ୍‌ରେ ଅଧିକାରୀ ଓ କର୍ମଚାରୀମାନଙ୍କ ପାଇଁ କେବଳ ‘ଫର୍ମାଲ୍‌’ ପୋଷାକ ପିନ୍ଧିବା ବାଧ୍ୟତାମୂଳକ ହୋଇଛି | ‘ଫର୍ମାଲ୍’ ପୋଷାକ ପିନ୍ଧିବେ ସିବିଆଇ ଅଧିକାରୀ । କେନ୍ଦ୍ରୀୟ ଯାଂଚ ବ୍ୟୁରୋ ସମସ୍ତ କର୍ମଚାରୀଙ୍କ ପାଇଁ ଡ୍ରେସକୋଡ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ସିବିଆଇର ନୂତନ ନିର୍ଦ୍ଦେଶକ ସୁବୋଧ କୁମାର ଜୟସୱାଲ | ଏହାକୁ କାର୍ଯ୍ୟକାରୀ କରିବାକୁ ସିବିଆଇର ସମସ୍ତ ଶାଖାର ମୁଖ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତରେ ଜାରି ଆଦେଶନାମା ଅନୁସାରେ, ପୁରୁଷମାନେ ଫର୍ମାଲ୍ ସାର୍ଟ, ଟ୍ରାଉଜର୍ସ ଓ ଜୋତା ପିନ୍ଧିବା ସହ ଉତ୍ତମରୂପେ ‌‌କ୍ଷୌର ହୋଇ ଅଫିସକୁ ଆସିବା ଉଚିତ। ମହିଳା କର୍ମଚାରୀମାନେ କେବଳ ଶାଢ଼ି, ସୁଟ୍‌, ଫର୍ମାଲ୍‌ ସାର୍ଟ ଏବଂ ଟ୍ରାଉଜର୍ସ ପିନ୍ଧି ପାରିବେ। କାର୍ଯ୍ୟାଳୟର ସମ୍ମାନ ବଜାୟ ରଖିବା ସହ ସମସ୍ତ କର୍ମଚାରୀଙ୍କୁ ଏକ ସମାନ ଦେଖିବା ପାଇଁ ପ୍ରଶାସନ ଦେଇଥିବା ଏହି ନିର୍ଦ୍ଦେଶ ଯଥାର୍ଥ ଅଟେ ବୋଲି କହିଛନ୍ତି ସିବିଆଇର ଜଣେ ବରିଷ୍ଠ ଅଧିକାରୀ ।

Breaking News