ରିପୋର୍ଟ କାର୍ଡ / ଗୁଣପୁର
ଗୁଣପୁରର ହଳଦିଆ ନାଳ ନିକଟସ୍ଥ ଏକ ଗହଣା ଦୋକାନ ସାମ୍ନାରୁ ବଡ଼ ଧରଣର ଲୁଟ୍ ହୋଇଛି । ଲୁଟେରା ମାନେ ପଲସରରେ ଆସି ଗହଣା ଦୋକାନ ସାମ୍ନାରୁ ୩ କେଜି ସୁନା ସହ ୨ ଲକ୍ଷ ଟଙ୍କା ଲୁଟିନେଇଥିବା ଅଭିଯୋଗ କରିଛନ୍ତି ଦୋକାନୀ ଜଣକ । ଅଭିଯୋଗ ଅନୁଯାୟୀ ବ୍ୟକ୍ତି ଜଣକ ଦୋକାନ ଖୋଲିବାକୁ ଚାବି ଆଣିବାକୁ ଯିବାବେଳେ ଦୁର୍ବୃତ୍ତ ମାନେ ଲୁଟ୍ କରିଛନ୍ତି । ବ୍ୟବସାୟୀ ଜଣକ ଏକ ବ୍ୟାଗରେ ଟଙ୍କା ଆଉ ସୁନା ଆଣିଥିଲେ । ନିକଟରେ ତାଙ୍କର ଆଉ ଏକ ଦୋକାନ ଥିବାରୁ ସେଠାକୁ ଚାବି ଆଣିବାକୁ ଯାଇଥିଲେ । ଏହାର ସୁଯୋଗ ନେଇ ଲୁଟେରା ମାନେ ସୁନା ଓ ଟଙ୍କା ଭର୍ତ୍ତି ବ୍ୟାଗ ଧରି ଚମ୍ପଟ ମାରିଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଜାରିରଖିଛି |






More Stories
ଚନ୍ଦ୍ରଶେଖରପୁରରେ ଯୁବକଙ୍କ ମୃତ୍ୟୁ: ଥାର୍ ଚଢାଇ ହତ୍ୟା!…..
ପୁଣି ୨ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର…..
ଟ୍ରେନ୍ରେ ସେଲ୍ଫି ନେବା ବେଳେ ଜଳିଗଲେ…..