ରିପୋର୍ଟ କାର୍ଡ / ଯାଜପୁର
ଯାଜପୁର ପାଣିକୋଇଲିରେ ୨ ଜଣଙ୍କୁ ଗୁଳିମାଡ କରି ଲୁଟ୍ ଉଦ୍ୟମ ହୋଇଛି । ଗୁଳିମାଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୁନା ଦୋକାନର ୨ କର୍ମଚାରୀଙ୍କୁ ଲୁଟ୍ ପାଇଁ ଗୁଳିମାଡ କରିଛନ୍ତି ଦୁର୍ବୃତ୍ତ । ଜଣଙ୍କର ପେଟରେ ଓ ଅନ୍ୟ ଜଣଙ୍କର ଅଣ୍ଟାରେ ଗୁଳି ବାଜିଛି । ପାଣିକୋଇଲି ବଜାରରେ ବାଇକ୍ରେ ଆସି ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି । ଜଣଙ୍କୁ ସ୍ଥାନୀୟ ଲୋକେ କାବୁ କରି ନିସ୍ତୁକ ମାଡ ମାରିବା ସହ ପୋଲିସ ଜିମା ଦେଇଛନ୍ତି । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।






More Stories
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ…..