Report Card Odisha

| Daily Odia News

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଖୁସି ଖବର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟର କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ସିଜନାଲ୍ ଷ୍ଟାଫଙ୍କ ପାଇଁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ଏହି ବର୍ଗର କର୍ମଜୀବୀଙ୍କୁ ବୋନସ ଓ ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ ପ୍ରଦାନ କରିଛନ୍ତି।ନୂତନ ନିଷ୍ପତ୍ତି ଅନୁଯାୟୀ କେନ୍ଦୁପତ୍ରର କ୍ରୟମୂଲ୍ୟରେ ମଧ୍ୟ ବୃଦ୍ଧି କରାଯାଇଛି। କେରି ପିଛା ୧୦ ପଇସା ଏବଂ ଫାଳ ପିଛା ୨୦ ପଇସା ବୃଦ୍ଧି କରାଯାଇଥିବାବେଳେ ଏଥିପାଇଁ ରାଜ୍ୟ ସରକାର ୧୦.୭୮ କୋଟି ଟଙ୍କା ବ୍ୟୟ କରିବେ।ଏହାଛଡ଼ା କେନ୍ଦୁପତ୍ର ତୋଳାଳୀଙ୍କୁ ୨୫ ପ୍ରତିଶତ ବୋନସ ପ୍ରଦାନ କରାଯିବ। ସେହିପରି ବନ୍ଧାଳି ଓ ସିଜନାଲ୍ ଷ୍ଟାଫଙ୍କ ପାଇଁ ୫ ପ୍ରତିଶତ ପ୍ରୋତ୍ସାହନ ରାଶି ମଞ୍ଜୁର କରାଯାଇଛି। ଏହି ବାବଦରେ ସରକାର ୬୪ କୋଟି ଟଙ୍କା ବ୍ୟୟ କରିବେ।ମୂଲ୍ୟବୃଦ୍ଧି, ବୋନସ ଓ ପ୍ରୋତ୍ସାହନ ରାଶିକୁ ମିଶାଇ ରାଜ୍ୟ ସରକାର ମୋଟ ୭୪.୭୮ କୋଟି ଟଙ୍କା ଖର୍ଚ୍ଚ କରିବେ। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ଲକ୍ଷାଧିକ କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ସିଜନାଲ୍ କର୍ମଚାରୀ ଉପକୃତ ହେବେ ବୋଲି ଆଶା କରାଯାଉଛି।

Breaking News