Report Card Odisha

| Daily Odia News

ରୁଷରେ ମନିଟାଇଜେସନ ବନ୍ଦ କଲା ଗୁଗଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସ୍ଥିତି ଭୟଙ୍କର ରହିଛି | ଏହା ଭିତରେ ରୁଷରେ ମନିଟାଇଜେସନ କୁ ଗୁଗଲ ବନ୍ଦ କରିଦେଇଛି । ସମସ୍ତ ମେଡିଆ ପ୍ଲାଟଫର୍ମ ବିଜ୍ଞାପନ ସହିତ ବିଷୟବସ୍ତୁ ଗୁଡ଼ିକୁ ମନିଟାଇଜ କରିବା ପାଇଁ ଗୁଗଲ ମନା କରିଥିବା ଜଣାପଡିଛି ।ଏନେଇ ଏକ ଜାତୀୟ ଗଣମାଧ୍ୟମରେ ସୂଚନା ଦିଆଯାଇଛି । ରୁଷର ରାଷ୍ଟ୍ରାୟତ୍ତ ଗଣମାଧ୍ୟମର କ୍ଷମତାକୁ ବିରାମ ଦେଉଛି ଗୁଗଲ । ଗଣମାଧ୍ୟମର ସୂଚନା ମୁତାବକ ବର୍ତ୍ତମାନ ୟୁଟ୍ୟୁବରେ ବିଜ୍ଞାପନ ଚଳାଇବା ସମ୍ଭବ ହେବ ନାହିଁ । ଗୁଗଲରେ ଜିମେଲ୍ ବ୍ୟବହାର କରି ଅନ୍ୟ କୌଣସି ସେବା ମଧ୍ୟ କରିବ ନାହିଁ । ଏନେଇ ଗୁଗଲ ମୁଖପାତ୍ର ମାଇକେଲ ଅସିମାନ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଅସିମାନ କହିଛନ୍ତି ଆମେ ସମସ୍ତ ଦିଗ ଉପରେ ନଜର ରଖିଛୁ । ଆବଶ୍ୟକ ସ୍ଥଳେ ଆହୁରି ପଦକ୍ଷେପ ଗ୍ରହଣ କରିବୁ । ୟୁଟ୍ୟୁବ ୟୁକ୍ରେନରୁ ରୁଷର ଚ୍ୟାନେଲ ଆରଟିଓକୁ ବନ୍ଦ କରିଛି । ୟୁଟ୍ୟୁବରେ ଆରଟିଓ ଏବଂ ଅନ୍ୟାନ୍ୟ ରୁଷୀୟ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା କାରଣ ୟୁକ୍ରେନ ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମକୁ ସେମାନଙ୍କ ପ୍ରବେଶ ବନ୍ଦ କରିବାକୁ ଅନୁରୋଧ କରିଥିଲେ । ଘଟଣାକୁ ନେଇ ୟୁଟ୍ୟୁବ୍ ମୁଖପାତ୍ର ଇଭି ଚୋଇ ମଧ୍ୟ ତାଙ୍କର ପ୍ରତିକ୍ରିୟା ରକିଛନ୍ତି । ସେ କହିଛନ୍ତ ୟୁକ୍ରେନରେ ‘ଅସାଧାରଣ ପରିସ୍ଥିତି’ ଯୋଗୁ ଏପରି ହୋଇଛି । ଆମେ ଏହି ଚ୍ୟାନେଲଗୁଡିକ ପାଇଁ ସୁପାରିଶକୁ ଯଥେଷ୍ଟ ସୀମିତ କରିବୁ । ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହା ମଧ୍ୟ କୁହାଯାଇଛି ଚ୍ୟାନେଲ ଏବଂ ଭିଡିଓଗୁଡିକ ୟୁଟ୍ୟୁବର ନିୟମ ଉଲ୍ଲଂଘନ କରିଛି ।

 

Breaking News