Report Card Odisha

| Daily Odia News

ବନ୍ଦ ହୋଇଯିବ ଗୁଗଲ ପେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗୁଗଲ ପେ ସେବାକୁ ଭାରତ ସମେତ ଅନେକ ଦେଶରେ ଅନଲାଇନ ପେମେଣ୍ଟ କରିବା ପାଇଁ ବ୍ୟବହାର କରାଯାଇଥାଏ। ୨୦୨୨ରେ ଗୁଗଲ ୱାଲେଟ୍ ଆସିବା ପରେ ଜି ପେ ବ୍ୟବହାରୀଙ୍କ ସଂଖ୍ୟାରେ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ଅନଲାଇନରେ ଟଙ୍କା ନେଣଦେଣ ପାଇଁ ଏହା ବ୍ୟବହାରକାରୀଙ୍କ ପ୍ରଥମ ପସନ୍ଦ ପାଲଟି ସାରିଛି। ଗୁଗଲ ୪ ଜୁନ୍ ୨୦୨୪ରୁ ଗୁଗଲ ପେକୁ ବନ୍ଦ କରିବାକୁ ଯାଉଛି। ଏହି ଖବର ଅନଲାଇନରେ ଟଙ୍କା ନେଣଦେଣ କରୁଥିବା ବ୍ୟବହାରକାରୀଙ୍କ ଚିନ୍ତା ବଢାଇ ଦେଇଛି। ଜିପେ ବନ୍ଦ ହେବ ଏହି ଖବର ସଠିକ୍। ଗୁଗଲ ପକ୍ଷରୁ ଏହି ଖବର ନିଶ୍ଚିତ କରାଯାଇଛି। ଜାଣନ୍ତୁ ଗୁଗଲର ଏହି ନିଷ୍ପତ୍ତି କେଉଁ ଦେଶକୁ ପ୍ରଭାବିତ କରିବାକୁ ଯାଉଛି। ଗୁଗଲ ନିଜ ଗୁଗଲ ପେର ସେବା ବନ୍ଦ କରିବାକୁ ଯାଉଛି। ମାତ୍ର ଗୁଗଲର ଏହି ନିଷ୍ପତ୍ତି ଦ୍ୱାରା ଭାରତୀୟଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ। ଗୁଗଲ ଆମେରିକାରେ ୪ ଜୁନ୍ ୨୦୨୪ରୁ ଗୁଗଲ ପେ ସେବା ଉପରେ ରୋକ୍ ଲଗାଇବ। ୪ ଜୁନ୍ ପରେ ଗୁଗଲ ଆପ୍ କେବଳ ଭାରତ ଓ ସିଙ୍ଗାପୁରରେ କାର୍ଯ୍ୟ କରିବ। ମାତ୍ର ଅନ୍ୟ ଦେଶରେ ଏହାର ସେବା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ଯିବ। କମ୍ପାନୀ ଅନୁଯାୟୀ ସମସ୍ତ ବ୍ୟବହାରକାରୀ ଗୁଗଲ ୱାଲେଟକୁ ସ୍ଥାନାନ୍ତର କରି ଦିଆଯିବ। ଆମେରିକାରେ ଏହି ତାରିଖ ପରେ ଗୁଗଲ ପେ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ଯିବ। ଆମେରିକୀୟ ବ୍ୟବହାରକାରୀ ଗୁଗଲ ପେ ସେବା ବନ୍ଦ ହେବା ପରେ ଟଙ୍କା ପଠାଇପାରିବେ ନାହିଁ କି ଗ୍ରହଣ କରି ପାରିବେ ନାହିଁ। ଗୁଗଲ ପକ୍ଷରୁ ସମସ୍ତ ଆମେରିକୀୟ ବ୍ୟବହାରକାରୀଙ୍କୁ ଗୁଗଲ ୱାଲେଟକୁ ସ୍ଥାନାନ୍ତର ହେବା ପାଇଁ କହିଛି।
ଗୁଗଲ ୱାଲେଟକୁ ପ୍ରୋତ୍ସାହିତ କରିବା ପାଇଁ କମ୍ପାନୀ ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି। କମ୍ପାନୀ ଏହାର ଏକ ବ୍ଲଗରେ କହିଛି ପ୍ରାୟ ୧୮୦ ଦେଶରେ ଗୁଗଲ ପେ ସେବାକୁ ହଟା ଯାଇ ତା’ ବଦଳରେ ଗୁଗଲ ୱାଲେଟରେ ଏହି ସେବା ପ୍ରଦାନ କରାଯିବ।

Breaking News