Report Card Odisha

| Daily Odia News

ବିଧାନସଭା ବଜେଟ ଅଧିବେଶନ କୁ ନେଇ ପଶ୍ଚିମବଙ୍ଗ ସରକାର ଏବଂ ରାଜ୍ୟପାଳ ମୁହାଁମୁହିଁ ସ୍ଥିତି……

ରିପୋର୍ଟ କାର୍ଡ / କୋଲକାତା

ଜୁଲାଇ ୨ରୁ ଆରମ୍ଭ ହେବ ପଶ୍ଚିମବଙ୍ଗ ବିଧାନସଭାର ବଜେଟ ଅଧିବେଶନ | ଏହି ଅଧିବେଶନ ଉଦ୍ଘାଟନକୁ ନେଇ ମମତା ବାନାର୍ଜୀ ସରକାର ଏବେ ଚିନ୍ତାରେ | ରାଜ୍ୟପାଳଙ୍କ ବଜେଟ୍ ଅଭିଭାଷଣ ସହ ବିଧାନସଭାର ଉଦଘାଟନ ହୋଇଥାଏ। ଏଥିଲାଗି ମମତା ବାନାର୍ଜୀ ସରକାର ଅଭିଭାଷଣ ପ୍ରସ୍ତୁତ କରି ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ ରାଜ୍ୟପାଳ ବଜେଟ୍ ଅଭିଭାଷଣ ପଢିବେନି ବୋଲି କହିବା ମମତାଙ୍କ ନିଦ ହଜେଇ ଦେଇଛି। ନିୟମ ଅନୁସାରେ ବିଧାନସଭାର ବଜେଟ୍‌ ଅଧିବେଶନ ପ୍ରାରମ୍ଭ ରାଜ୍ୟପାଳଙ୍କ ଅଭିଭାଷଣରୁ ହୋଇଥାଏ। ଏହି ଅଭିଭାଷଣକୁ ରାଜ୍ୟ ସରକାରର ପ୍ରସ୍ତୁତ କରି ମନ୍ତ୍ରୀମଣ୍ଡଳରେ ମଞ୍ଜୁର କରାଇବା ପରେ ରାଜ୍ୟପାଳଙ୍କୁ ବିଧାନସଭାରେ ପାଠ କରିବାକୁ ଦିଆଯାଏ। ମିଳୁଥିବା ସୂଚନା ଅନୁସାରେ- ରାଜ୍ୟ ସରକାର ବଜେଟ ଅଧିବେଶନ ଲାଗି ଅଭିଭାଷଣ ପ୍ରସ୍ତୁତ କରିବା ସହ କ୍ୟାବିନେଟ ମଞ୍ଜୁରି ପରେ ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏହି ଅଭିଭାଷଣରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଲଗାତାର ତୃତୀୟବାର ନିର୍ବାଚିତ ହେବା ଓ ରାଜ୍ୟରେ କରିଥିବା ବିକାଶ କାର୍ଯ୍ୟର ବିସ୍ତୃତ ବିବରଣୀ ରଖିଛନ୍ତି। ତେବେ ଏଥିରେ କେତେ ମାତ୍ରାରେ ସତ୍ୟତା ରହିଛି ତାହା ୨ ଜୁଲାଇ ବିଧାନସଭା ବଜେଟ୍ ଅଧିବେଶନ ଦିନ ହିଁ ରାଜ୍ୟପାଳଙ୍କ ଅଭିଭାଷଣରୁ ଜଣାପଡିବ। ଅଧିବେଶନ ପୂର୍ବରୁ ଅଭିଭାଷଣକୁ ନେଇ ସରକାର ଓ ରାଜ୍ୟପାଳ ମୁହାଁ ମୁହିଁ ସ୍ଥିତିରେ ରହିଛନ୍ତି। ରାଜ୍ୟପାଳ ଜଗଦୀପ ଧନଖାର ସରକାରଙ୍କ ଅଭିଭାଷଣ ଯାହା ଯେପରି ଲେଖା ହୋଇଛି ସେପରି ପଢିବେନି ବୋଲି ସଫା ସଫା ମନା କରିଦେଇଛନ୍ତି। ଏଣୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ରାଜଭବନ ପୁଣି ସାମ୍ନାସାମ୍ନୀ ହୋଇଛନ୍ତି। ପ୍ରସଙ୍ଗରେ ରାଜ୍ୟପାଳ ସାମ୍ବାଦିକ ସମ୍ମିଳନୀ କରିବା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ରାଜ୍ୟପାଳ ସୋମବାର ରାଜଭବନରେ ସାମ୍ବାଦିକ ସମ୍ମିଳନୀ ଆହ୍ୱାନ କରିଥିଲେ। ଏଥିରେ ମମତା ବାନାର୍ଜୀ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କ ଉପରେ ନାନା ଆରୋପ ଲଗାଉଥିବାର ଅଭିଯୋଗ କରିଛନ୍ତି ରାଜ୍ୟପାଳ । ଜଗଦୀପ ଧନଖାର

Breaking News