ରିପୋର୍ଟ କାର୍ଡ / ଭୁବନେଶ୍ୱର
ସରକାରୀ ବାବୁଙ୍କ ସମ୍ପତ୍ତି ତାଲିକାକୁ ନେଇ କଠୋର ହେଲେ ସରକାର । ସମ୍ପତ୍ତି ତାଲିକା ନଦେଲେ ସରକାରୀ କର୍ମଚାରୀଙ୍କର ହେବନାହିଁ ପଦୋନ୍ନତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ଜାରି ହୋଇଛି ଚିଠି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏନେଇ ସବୁ ବିଭାଗକୁ ଚିଠି ଲେଖିଛନ୍ତି । ଜାନୁଆରୀ ସୁଦ୍ଧା ସମ୍ପତ୍ତି ତାଲିକା ଦେବାକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ପୂର୍ବରୁ ବହୁବାର ଜିଏ ବିଭାଗ ପକ୍ଷରୁ ସମ୍ପତ୍ତି ତାଲିକା ଦେବାକୁ ଚିଠି ଲେଖାଯାଇଥିଲା । ହେଲେ ଅନେକ ବାବୁ ଦେଇନାହାନ୍ତି ସମ୍ପତ୍ତି ତାଲିକା । ଯେଉଁଥିରେ ସରକାର ଏବେ କଠୋର ହୋଇଛନ୍ତି । ବର୍ତ୍ତମାନସବୁ ବିଭାଗର ମୁଖ୍ୟ, ଆରଡିସି ଓ ଜିଲ୍ଲାପାଳଙ୍କୁ ଚିଠି ଲେଖି ବିଭାଗୱାରୀ ବାବୁଙ୍କର ସମ୍ପତ୍ତି କେତେ ତାହା ଏଚଆରଏମଏସ ପୋର୍ଟାଲରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଉ ଏଥିପାଇଁ ମେ ୩୧କୁ ଡେଡଲାଇନ ରଖାଯାଇଛି ।






More Stories
ସହରାଞ୍ଚଳକୁ ମନ୍ତ୍ରୀଙ୍କ ହାଇ ଆଲର୍ଟ…..
ଅକ୍ଟୋବର ସୁଦ୍ଧା ଏସଆଇ ପରୀକ୍ଷା…..
ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲା: ଦୁଇଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ…..