ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରସିଦ୍ଧ ଶିକ୍ଷାବିତ୍ ଏବଂ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ୨୬ ଦିନ ପରେ ନିଜର ଅନଶନ ପ୍ରତ୍ୟାହାର କରିଛନ୍ତି। ସେ କହିଛନ୍ତି ଯେ ଭୋକ ହରତାଳ ଶେଷ ହେବା ପରେ ବର୍ତ୍ତମାନ ସରକାରଙ୍କଠାରୁ ଉତ୍ତରଦାୟିତ୍ୱ ମଗାଯିବ। ସେ ଶୁକ୍ରବାର (ଜୁଲାଇ ୨୪) ଦିନ ‘ଏକ୍ସ’ରେ ଏକ ଭିଡିଓ ପୋଷ୍ଟ କରି କ୍ରମାଗତ ଭାବରେ ନିଜର କଥା ରଖିଛନ୍ତି।ଏହା ସହିତ ୨୬ ଦିନ ପରେ ଖାଦ୍ୟ ଖାଇ ଭଲ ଲାଗୁଛି ବୋଲି ୱାଙ୍ଗଚୁକ କହିଛନ୍ତି। ସେ ଜଣାଇଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏବଂ ଜିତେନ୍ଦ୍ର ସିଂହ ତାଙ୍କୁ ଭେଟିବାକୁ ଆସିଥିଲେ। ଏହାବ୍ୟତୀତ, ସେହି ସମୟ ପୂର୍ବରୁ ବିଭିନ୍ନ ଦଳର ପ୍ରାୟ ୬୫ ଜଣ ସାଂସଦ ତାଙ୍କୁ ଭେଟି କାଗଜରେ ଦସ୍ତଖତ କରି ଅନଶନ ଭାଙ୍ଗିବା ପାଇଁ ଅନୁରୋଧ କରିଥିଲେ। ସୋନମ ୱାଙ୍ଗଚୁକ କହିଛନ୍ତି ଯେ ସେମାନେ (ପ୍ରାୟ ୬୫ ଜଣ ସାଂସଦ) ତାଙ୍କୁ କହିଛନ୍ତି ଯେ ସେମାନେ ନିଟ୍ (NEET) ପେପର ଲିକ୍ ମାମଲା ଏବଂ ଶିକ୍ଷା ବ୍ୟବସ୍ଥା ସମେତ ସମସ୍ତ ପ୍ରସଙ୍ଗ ସଂସଦରେ ଉତ୍ଥାପନ କରିବେ। ସେଗୁଡ଼ିକ ଉପରେ ଗମ୍ଭୀରତାର ସହ ଆଲୋଚନା କରାଯିବ। ସୋନମ ୱାଙ୍ଗଚୁକ କହିଛନ୍ତି ଯେ ମୋଦି ସରକାରଙ୍କ ମନ୍ତ୍ରୀମାନେ ଆଶ୍ୱାସନା ଦେଇଛନ୍ତି ଯେ ମାର୍ଚ୍ଚ ୨୦ ତାରିଖରେ ସଂସଦ ଚାଲୋ ମାର୍ଚ୍ଚ ସମୟରେ ଯେଉଁ ବ୍ୟକ୍ତିମାନେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରଦର୍ଶନ କରିଥିଲେ, ସେମାନଙ୍କ ବିରୁଦ୍ଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ଏହା ସହିତ ସେ ଏହା ମଧ୍ୟ ଜଣାଇଛନ୍ତି ଯେ ନିଟ (NEET) ପେପର ଲିକ୍ ଏବଂ ଶିକ୍ଷା କ୍ଷେତ୍ରରେ ସଂସ୍କାର ସମେତ ସମସ୍ତ ପ୍ରସଙ୍ଗକୁ ନେଇ ସରକାର ଗମ୍ଭୀର ଅଛନ୍ତି। ସରକାର ଏହି ଭରସା ମଧ୍ୟ ଦେଇଛନ୍ତି ଯେ, ନିକଟରେ NEET ପରୀକ୍ଷା ପେପର ଲିକ ହେବା କାରଣରୁ ଆତ୍ମହତ୍ୟା କରିଥିବା ବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରୁଥିବା ଛାତ୍ରୀଛାତ୍ର ଓ ଯୁବପିଢ଼ିଙ୍କ ବିରୁଦ୍ଧରେ କୌଣସି ମାମଲା ରୁଜୁ କରାଯିବ ନାହିଁ।






More Stories
ପ୍ରଶାସନିକ କ୍ଷେତ୍ରରେ ଅଦଳବଦଳ: ଉଚ୍ଚଶିକ୍ଷା ସଚିବ ନରେଶ ପାଲ ଗଙ୍ଗୱାର…..
ମୋଦି ଡାକିଲେ କ୍ୟାବିନେଟ୍ ବୈଠକ…..
ଆଜି ଦେଶବ୍ୟାପୀ ବିକ୍ଷୋଭ…..