Report Card Odisha

| Daily Odia News

ବଦଳିବ ନେହେରୁ ସଂଗ୍ରହାଳୟର ନାମ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେନ୍ଦ୍ର ସରକାର ନେହେରୁ ସଂଗ୍ରାଳୟର ନାମ ପରିବର୍ତ୍ତନ କରିବାକୁ ଯାଉଛନ୍ତି  | ବର୍ତ୍ତମାନ ଏହା ନେହେରୁ ମ୍ୟୁଜିୟମ ନୁହେଁ ପିଏମ ମ୍ୟୁଜିୟମ ଭାବରେ ପରିଚିତ ହେବ | ଏଠାରେ ଦେଶର ୧୪ ଜଣ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମୃତି ସମ୍ବଳିତ ଜିନିଷ ରହିବ ବୋଲି ସୂଚନା ମିଳିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଆମ୍ବେଦକର ଜୟନ୍ତୀ ଅର୍ଥାତ୍ ୧୪ ଏପ୍ରିଲରେ ଉଦଘାଟନ କରିବେ | ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମୃତି ସହ ଜଡିତ ସାମଗ୍ରୀ ସହ ସେମାନେ ଦେଶ ପାଇଁ କରିଥିବା ଉଲ୍ଲେଖନୀୟ କାର୍ଯ୍ୟ ମଧ୍ୟ ପ୍ରଦର୍ଶିତ ହେବ | ରିପୋର୍ଟ ଅନୁଯାୟୀ ବିଜେପି ସଂସଦୀୟ ଦଳ ବୈଠକରେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ବିଜେପି ସାଂସଦମାନଙ୍କୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀମାନଙ୍କ ଅବଦାନକୁ ଚିହ୍ନିବା ପାଇଁ କେବଳ ଏନଡିଏ ସରକାର ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ବିଜେପି ସାଂସଦମାନଙ୍କୁ ବିଆର ଆମ୍ବେଦକର ସଂଗ୍ରହାଳୟ ପରିଦର୍ଶନ କରିବାକୁ ମଧ୍ୟ କହିଛନ୍ତି। ବିଆର ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀ ପାଳନ ପାଇଁ ଏପ୍ରିଲ ୧୪ ରେ ଦିଲ୍ଲୀରେ ବିଆର ଆମ୍ବେଦକର ସଂଗ୍ରହାଳୟର ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ସଂସଦୀୟ ବୈଠକରେ ବିଜେପି ସାଂସଦମାନେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ଆଉ ୬ମାସ ବୃଦ୍ଧି କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଏକ ସଂକଳ୍ପ ପାରିତ କରିଛନ୍ତି। ବର୍ତ୍ତମାନ ସେପ୍ଟେମ୍ବର ୨୦୨୨ ଯାଏଁ ପ୍ରତ୍ୟେକ ହିତାଧିକାରୀ ସାଧାରଣ କୋଟା ବ୍ୟତୀତ ମାସକୁ ଅତିରିକ୍ତ ୫ କିଲୋଗ୍ରାମ ମାଗଣା ରାସନ ପାଇବେ |

Breaking News