ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନା ମହାମାରୀରେ ପ୍ରାଣ ହରାଇଥିବା ୧୦୧ ସାମ୍ବାଦିକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ୫.୦୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି | କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାଓ୍ବାର ଲୋକସଭାରେ ନିଜର ଲିଖିତ ଉତ୍ତରରେ କହିଛନ୍ତି, ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ କରୋନାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କ ପରିବାରକୁ ଆର୍ଥିକ ସହାୟତା ଦେବାକୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଏହା ଜରିଆରେ ୨୦୨୦ ଏବଂ ୨୦୨୧ରେ ପ୍ରାଣ ହରାଇଥିବା ୧୦୧ ସାମାଦିକଙ୍କ ପରିବାରକୁ ଆର୍ଥିକ ସହାୟତା ବାବଦକୁ ୫.୦୫ କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି ସେ କହିଛନ୍ତି। ଏହା ପୂର୍ବରୁ ସୋମବାର ସରକାର ଏନେଇ ରାଜ୍ୟସଭାରେ ମଧ୍ୟ କହିଥିଲେ। ପ୍ରେସ ସୂଚନା କାର୍ଯ୍ୟାଳୟକୁ ମିଳିଥିବା ଆବେଦନ ଆଧାରରେ ଏହି ଲିଷ୍ଟ ପ୍ରସ୍ତୁତ କରାଯାଇଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ସଚିବ ଅମିତ ଖରେଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ କଲ୍ୟାଣ ସମିତିର ଏକ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..