ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଆଜି ଆଉ ୬୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୩୩୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୨୭ଜଣ, କଟକ ଜିଲ୍ଲାରୁ ୧୭ଜଣ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାରୁ ୪ଜଣ ଲେଖାଏଁ , ମୟୁରଭଞ୍ଜ ଜିଲ୍ଲାରୁ ୩ଜଣ ରହିଛନ୍ତି । ଅନୁଗୁଳ, ଭଦ୍ରକ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, କେନ୍ଦ୍ରାପଡ଼ା, ନୟାଗଡ଼, ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।






More Stories
ବଢିଲା ପେଟ୍ରୋଲ,ଡିଜେଲ, ସିଏନଜି…..
ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି…..
ସୌମ୍ୟ ହତ୍ୟା ମାମଲା:ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ଚିନୁ…..