ରିପୋର୍ଟ କାର୍ଡ / ଭୁବନେଶ୍ୱର
ବଦଳିବ ସରକାରୀ ସ୍କୁଲ କୋଠାର ରଙ୍ଗ | ଗେରୁଆ ରଙ୍ଗର ହେବ ସରକାରୀ ସ୍କୁଲ। ସରକାରୀ ଓ ପ୍ରିଏମଶ୍ରୀ ସ୍କୁଲର ରଙ୍ଗ ବଦଳିବ। ଏନେଇ ଓସେପା ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ରାଜ୍ୟରେ ଏଣିକି ସରକାରୀ ସ୍କୁଲ କୋଠାଗୁଡ଼ିକର ରଙ୍ଗ ବଦଳିବ। ଯେତିକି ନୂଆ କୋଠା ତିଆରି ହେବ ସେଗୁଡ଼ିକର ରଙ୍ଗ ଏହି ନୂଆ ରଙ୍ଗ କୋଡ୍ ଅନୁସାରେ ସ୍ଥିର ହେବ।ଏହା ସହ କୌଣସି ପୁରୁଣା ସରକାରୀ ସ୍କୁଲ କୋଠାର ମରାମତି ଓ ରକ୍ଷଣାବେକ୍ଷଣ ସମୟରେ ତାହାର ରଙ୍ଗକୁ ମଧ୍ୟ ବଦଳାଯିବ। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଓସେପାର ଚିଠି। ପୂର୍ବରୁ ସ୍କୁଲ୍ ଓ ସରକାରୀ କୋଠାର ରଙ୍ଗ ଏହିପରି ହେଉଥିଲା। କିନ୍ତୁ ରାଜ୍ୟରେ ୫-ଟି ହସ୍ତକ୍ଷେପ ପରେ ସ୍କୁଲ୍ କୋଠା ସମେତ ବିଭିନ୍ନ ସରକାରୀ କୋଠାର ରଙ୍ଗକୁ ବଦଳାଯାଇଥିଲା।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..