Report Card Odisha

| Daily Odia News

ବିଏମସିର ହୋଲଡିଂ ଟ୍ୟାକ୍ସ ବୃଦ୍ଧି ଉପରେ ରୋକ ଲଗାଇଲେ ହାଇକୋର୍ଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱରବାସୀଙ୍କୁ ମିଳିଲା କିଛି ମାତ୍ରାରେ ଆସ୍ୱସ୍ତି । ବିଏମସିର ଟ୍ୟାକ୍ସ ବୃଦ୍ଧି ଉପରେ ରୋକ ଲାଗିଛନ୍ତି ହାଇକୋର୍ଟ । ଭୁବନେଶ୍ୱରରେ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ସ୍ଥଗିତ ରଖିବାକୁ ହେଲା ଘୋଷଣା ହୋଇଛି । ଗଣମାଧ୍ୟମ ଆଗରେ ଏନେଇ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା। ହାଇକୋର୍ଟ ରାୟ ନଦେବା ଯାଏ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ ରଖିବାକୁ ନିଆଗଲା ନିଷ୍ପତ୍ତି। ପୁରୁଣା ଦର ଅନୁସାରେ ଏବେ ଟିକାସ ଆଦାୟ ହେବ ବୋଲି କହିଲେ ମନ୍ତ୍ରୀ। ବେଞ୍ଚମାର୍କ ବଢିଥିବାରୁ ଟିକସ ବଢାଇବାକୁ ନିଷ୍ପତ୍ତି ହୋଇଥିଲା ଏବଂ ଏ ସମ୍ପର୍କରେ ହାଇକୋର୍ଟରେ ମଧ୍ୟ ଏକ ମାମଲା ଦାୟର ହୋଇଛି। ଲୋକଙ୍କ ଭାଗାବେଗକୁ ଦେଖି ବର୍ତ୍ତମାନ ସମୟରେ ଟ୍ୟାକ୍ସ ଦର ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସୂଚନା ମିଳିଛି ।

Breaking News