ରିପୋର୍ଟ କାର୍ଡ / କଟକ
ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ବ୍ୟତୀତ ଅନ୍ୟ ସମସ୍ତ କୋର୍ଟରେ ରାଜ୍ୟ ଆଇନଜୀବୀ ପରିଷଦର ଆଇନଜୀବୀମାନଙ୍କ ନିମନ୍ତେ ଗ୍ରୀଷ୍ମକାଳୀନ ପୋଷାକ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ଶୁକ୍ରବାର ଜାରି କରାଯାଇଛି। ଅତ୍ୟନ୍ତ ଗରମ ତଥା ଅସମ୍ଭାଳ ତାତିକୁ ଦୃଷ୍ଟିରେ ରଖି ରାଜ୍ୟ ଆଇନଜୀବୀ ପରିଷଦ ଗ୍ରୀଷ୍ମ ସମୟରେ ଆଇନଜୀବୀଙ୍କ ନିମନ୍ତେ ସାଧାରଣତଃ ପରିଧାନ କରାଯାଉଥିବା ବୃତ୍ତିଗତ ପୋଷାକ ନିୟମରେ ବାର୍ କାଉନ୍ସିଲ ଅଫ୍ ଇଣ୍ଡିଆ ଅଧିନିୟମ ଅନୁଯାୟୀ କୋହଳ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମ୍କୋର୍ଟ ଓ ହାଇକୋର୍ଟ ବ୍ୟତୀତ ଜିଲା ତଥା ଅନ୍ୟ କୋର୍ଟଗୁଡିକରେ ଆଇନଜୀବୀଙ୍କ ପାଇଁ ଆଡ୍ଭୋକେଟ୍ ଗାଉନ୍ ପରିଧାନ ଇଚ୍ଛାଧୀନ କରାଯାଇଛି। ତେଣୁ ଗ୍ରୀଷ୍ମଋତୁରେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ବ୍ୟତୀତ ଜିଲା ତଥା ଅନ୍ୟ କୋର୍ଟରେ ଧଳା ଶାର୍ଟ, କଳା ପ୍ୟାଣ୍ଟ କିମ୍ବା କଳାଧଳା ଗାରଯୁକ୍ତ କିମ୍ବା ଧୂସର ରଙ୍ଗର ପ୍ୟାଣ୍ଟ ଏବଂ ଧଳା ଟାଇ (ଗଳାବନ୍ଧ) ଓ କଲାର ବ୍ୟବହାର କରିପାରିବେ। ଏହି ପୋଷାକ ସମ୍ବନ୍ଧୀୟ ନିୟମ ଏପ୍ରିଲ ୬ରୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।






More Stories
ଭି.କେ. ପାଣ୍ଡିଆନଙ୍କୁ ନୋଟିସ୍ ଜାରି କଲା ପୋଲିସ…..
ସୋନମ ୱାଙ୍ଗଚୁକ୍ ଅନଶନ ସମାପ୍ତ କରିବାକୁ ରଖିଲେ ସର୍ତ୍ତ…..
ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ…..