ରିପୋର୍ଟ କାର୍ଡ / ଭୁବନେଶ୍ୱର
ସାଧାରଣତନ୍ତ୍ର ଦିବସ ପାଇଁ ଜାରି ହେଲା ଗାଇଡଲାଇନ୍। ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କଲେ ସ୍ୱତନ୍ତ୍ର ରିଲିଫ କମିଶନର । କୋଭିଡ କଟକଣା ଅନୁଯାୟୀ ପତାକା ଉତ୍ତୋଳନ କରିପାରିବେ ସାଧାରଣ ଜନତା । ତେବେ କଟକଣା ଅନୁସାରେ ବ୍ୟକ୍ତିଗତ ଭାବେ ପତାକା ଉତ୍ତୋଳନ ପାଇଁ ୫ଜଣ ଏକାଠି ହୋଇପାରିବେ । ସେହିପରି କୌଣସି ଅନୁଷ୍ଠାନରେ ୧୦ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ବୋଲି କୁହାଯାଇଛି । ତାହାଛଡ଼ା ପତାକା ଉତ୍ତେଳନ ବେଳେ କରୋନା କଟକଣା ପାଳନ କରିବାକୁ ବାଧ୍ୟତାମୂଳକ ହୋଇଛି । ପତାକା ଉତ୍ତୋଳନ ସମୟରେ ମାସ୍କ, ସାନିଟାଇଜ ସହ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବାକୁ ଗାଇଡଲାଇନରେ କୁହାଯାଇଛି






More Stories
ଓଡ଼ିଶାରେ ହେବ ଏସୀୟ ଇନ୍ଡୋର ଆଥଲେଟିକ୍ସ…..
୩ ବ୍ୟାଙ୍କ ଅଫିସର ଗିରଫ……
ପୁଣି ବଢି଼ବ ବସ୍ ଭଡ଼ା !……