ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ତଟରକ୍ଷୀ ବାହିନୀ ହାତରେ ଧରା ପଡିଲା ପାକିସ୍ତାନୀ ଜାହାଜ | ବୁଧବାର ଭାରତୀୟ ଜଳ ସୀମାରେ ପଶିଥିବା ପାକିସ୍ତାନୀ ଜାହାଜକୁ କାବୁ କରିଛି ଭାରତୀୟ ତଟରକ୍ଷୀ ବାହିନୀ। ପାକିସ୍ତାନରୁ ଆସିଥିବା ଏହି ବୋଟ୍ରେ ଥିଲେ ୧୨ ଜଣ। ଗୁଜରାଟ ସୀମା ନିକଟରେ ଅନୁପ୍ରବେଶକାରୀଙ୍କ ଉପରେ ନଜର ରଖୁଥିବା ଭାରତୀୟ ଜାହାଜ ରତ୍ନାକର ନିଜର ସର୍ଭିଲାନ୍ସ ମିଶନ ସମୟରେ ପାକିସ୍ତାନୀ ଜାହାଜ ଆଲ୍ହା ପାଓ୍ଵାଓ୍ଵାକଲକୁ ଠାବ କରି ନେଇଥିଲା। ଭାରତୀୟ ସୀମାରେ ଥିବା ଏହି ପାକିସ୍ତାନୀ ଜାହାଜରେ ୧୨ ଜଣ ଥିଲେ। ତଟରକ୍ଷୀ ବଳର ଯବାନ ତୁରନ୍ତ ଏହି ବୋଟ୍କୁ ନିଜ କବଜାକୁ ନେଇଛନ୍ତି। ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଏହି ଜାହାଜକୁ ସର୍ଭିଲାନ୍ସ ମିଶନ ସମୟରେ ଠାବ କରାଯାଇଥିଲା। ବଡ କଥା ଖରାପ ପାଣିପାଗ ସତ୍ତ୍ଵେ ବି ଏହି ପାକିସ୍ତାନ ଜାହାଜ ରତ୍ନାକର ନଜରରୁ ବଞ୍ଚି ପାରିନଥିଲା। ଏହି ଘଟଣାରେ ଆଗାମୀ ଯାଞ୍ଚ ଜାରି ରହିଛି। ଜାହାଜକୁ ଗୁଜରାଟର ଦ୍ଵାରକା ଜିଲ୍ଲାରେ ସ୍ଥିତ ଓଖା ଅଣାଯାଇଛି। ଆଲ୍ହା ପାଓ୍ଵାଓ୍ଵାକଲ ନାମକ ଏହି ଜାହାଜରେ କ୍ରୁ ମେମ୍ବର ସହିତ ଥିବା ୧୨ ଜଣଙ୍କୁ ସେନା ଧରିଛନ୍ତି । ଅନ୍ୟଏକ ଘଟଣାକ୍ରମେ ଆଇସିଜି ସେପ୍ଟେମ୍ବର ୧୩ ରାତିରେ ଦୀବରେ ବନକବାର ନିକଟରେ ବୁଡି ଯାଉଥିବା ନୌକାରୁ ସାତ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛି।






More Stories
ଜେଲରୁ ମୁକୁଳିବେ ସୋନମ ୱାଙ୍ଗଚୁକ…..
କଂଗ୍ରେସ ଦେଶରେ ଆତଙ୍କ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛି…..
ସିଇସିଙ୍କ ବହିଷ୍କାର ଦାବିରେ ନୋଟିସ……