ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜଣେ ଅବସରପ୍ରାପ୍ତ ଯବାନ ୩୦ ମିନିଟ ମଧ୍ୟରେ ୫ ଜଣଙ୍କୁ ହତ୍ୟା କରିଥିବା ନେଇ ଖବର ମିଳିଛି। ଏଭଳି ଲୋମ ଟାଙ୍କୁରା ଘଟଣା ଘଟିଛି ରାଜଧାନୀ ଦିଲ୍ଲୀ ଗୁରୁଗ୍ରାମରେ | ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ମଧ୍ୟ ରହିଛନ୍ତି। ତଦନ୍ତ କରିବା ସମୟରେ ଅଭିଯୁକ୍ତ ଜଣଙ୍କ କହିଛନ୍ତି, ପିଲାଙ୍କ ଲାଳନପାଳନ ପାଇଁ କେହି ଜୀବିତ ନଥିବାରୁ ଶିଶୁଙ୍କୁ ମଧ୍ୟ ହତ୍ୟା କରିଛି। ଅଭିଯୁକ୍ତକୁ ଗିରଫ କରାଯିବା ସହ ବର୍ତ୍ତମାନ ତଦନ୍ତ ଜାରି ରହିଛି। ସୂଚନା ଯୋଗ୍ୟ, ଅଭିଯୁକ୍ତ ଜଣକ ଜାନୁଆରୀରେ ନିଜ ବୋହୂକୁ ଭଡାଟିଆ ସହ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ। ସେହି ସମୟରୁ ସେ ରାଗରେ ରହିଥିଲେ। ହତ୍ୟାକାଣ୍ଡ ଘଟାଇବା ପୂର୍ବରୁ ଅଭିଯୁକ୍ତ ନିଜ ପୁଅକୁ ଅନ୍ୟ ସ୍ଥାନକୁ ପଠାଇଥିଲେ। ପୋଲିସ ଏବେ ଏନେଇ ତଦନ୍ତ ଜାରି ରଖିଛି ବାସ୍ତବରେ ତାଙ୍କ ପୁଅକୁ କେଉଁ ସ୍ଥାନକୁ ପଠାଇଥିଲେ କି ନାହିଁ। ରାତି ପ୍ରାୟ ୧୧ଟାରେ ଅଭିଯୁକ୍ତ ଜଣଙ୍କ ଧାରୁଆ ଅସ୍ତ୍ର ଓ ଘାସକଟାଯାଉଥିବା ବଡ ଛୁରୀ ନିଜ ପାଖରେ ରଖି ଘରର ଲାଇଟ ବନ୍ଦ କରିବା ପରେ ରାତି ୨ଟା ସମୟରେ ନିଜ ବୋହୂ କକ୍ଷକୁ ଯାଇ କବାଟ ବାଡେଇଥିଲେ। କବାଟ ଖୋଲିବା ପରେ ସେ ନିଜ ବୋହୂ ଉପରେ ଛୁରୀ ଦ୍ୱାରା ବାରମ୍ବାର ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ବୋହୂର ମୃତ୍ୟୁ ହୋଇଥିଲା। ବୋହୂର ମୃତ୍ୟୁ ହେବା ପରେ ୨ଟା୨୦ରେ ସିଢିରେ ଯାଇ ଅଭିଯୁକ୍ତ ଉକ୍ତ ଭଡାଟିଆ ଘରକୁ ଯାଇଥିଲେ। କବାଟ ଖୋଲିବା ମାତ୍ରେ ସେ ଭଡାଟିଆଙ୍କୁ ମଧ୍ୟ ଆକ୍ରମଣ କରି ହତ୍ୟା କରିଥିଲେ। ୧୦ ମିନିଟ ପରେ ୨ଟା ୩୦ରେ ଅଭିଯୁକ୍ତ ଉକ୍ତ ଭଡାଟିଆଙ୍କ ପତ୍ନୀଙ୍କୁ ମଧ୍ୟ ବାରମ୍ବାର ଆକ୍ରମଣ କରି ହତ୍ୟା କରିଥିଲେ। ଏହାପରେ ନିକଟ କକ୍ଷରେ ଥିବା ୨ ପିଲାମାନଙ୍କୁ ମଧ୍ୟ ଛୁରୀ ଦ୍ୱାରା ହତ୍ୟା କରିଥିଲେ।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……