ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ପୂର୍ବତନ ଓ ବର୍ତ୍ତମାନର ସାଂସଦ ତଥା ବିଧାୟକଙ୍କ ବିରୋଧରେ ସିବିଆଇରେ ଅନେକ ମାମଲା ପଡି ରହିଛି । ୧୫୧ ଟି ମାମଲା ଲମ୍ବିତ ଥିବା ବେଳେ ୫୮ଟି ମାମଲାରେ ଆଜୀବନ କାରାଦଣ୍ଡର ପ୍ରାବଧାନ ମଧ୍ୟ କରାଯାଇଛି । ସେହିପରି ଏକ ତୃତୀୟାଂଶ ମାମଲା କଛପ ଗତିରେ ବିଚାର ଚାଲିଛି । ବରିଷ୍ଠ ଆଇନଜୀବୀ ବିଜୟ ହଂସରିୟା ୨୦୧୬ରେ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟଙ୍କ ଦ୍ୱାରା ଆମିକସ୍ କ୍ୟୁରୀ ନିଯୁକ୍ତ ପାଇଥିଲେ । ଯେଉଁଥିରେ ଜନପ୍ରତିନିଧିଙ୍କ ବିରୋଧରେ ଚାଲିଥିବା ମାମଲାକୁ ତ୍ୱରାନ୍ୱିତ କରିବାକୁ ଦାବି କରାଯାଇଥିଲା । ଏହି ମାମଲାର ଏକ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ସିବିଆଇର ସ୍ୱତନ୍ତ୍ର କୋର୍ଟରେ ଚାଲିଥିବା ୧୫୧ ମାମଲାରୁ ୫୮ରେ ଆଜୀବନ କାରାଦଣ୍ଡ ଦିଆଯାଇପାରିବ । ୪୫ ମାମଲାରେ ଚାର୍ଜସିଟ୍ ଦାଖଲ ହୋଇନାହିଁ । ସେହିପରି ବର୍ତ୍ତମାନର ସାଂସଦ ଓ ବିଧାୟକଙ୍କ ବିରୋଧରେ ୩୭ଟି ମାମଲା ଚାଲିଛି । ସବୁଠାରୁ ପୁରୁଣା ମାମଲା ୨୦୦୦ ମସିହା ଜୁନ ୧୨ର ଅଟେ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ରିପୋର୍ଟ ଅନୁସାରେ, ଦେଶର ବିଭିନ୍ନ ସିବିଆଇ କୋର୍ଟରେ ଥିବା ୫୧ଟି ମାମଲାରେ ବର୍ତ୍ତମାନ ଓ ପୂର୍ବତନ ସଂସଦ ଓ ବିଧାୟକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତେବେ କେତେଜଣ ପୂର୍ବତନ ଓ ବର୍ତ୍ତମାନ ସାଂସଦ ଓ ବିଧାୟକ ରହିଛନ୍ତି ସେ ବିଷୟରେ ଅଧିକ ତଥ୍ୟ ମିଳିପାରି ନାହିଁ । ରିପୋର୍ଟରେ ଆହୁରି କୁହାଯାଇଛି ଯେ, ସିବିଆଇ ତୁରନ୍ତ ଏହି ସବୁ ମାମଲାର ସମାଧାନ କରିବା ଜରୁରୀ । ନଚେତ ଏହା ଲମ୍ବିତ ହୋଇଚାଲିବ । ଅଗଷ୍ଟ ୧୦ ତାରିଖରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ସିବିଆଇ ବ୍ୟତୀତ ଅନ୍ୟ ପୂର୍ବ ସାଂସଦ ଓ ବିଧାୟକଙ୍କ ନାଁରେ ଚାଲୁଥିବା ମାମଲାର ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ କହିଥିଲେ । ପ୍ରଧାନ ବିଚାରପତି ଏନଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସେଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ କହିଥିଲେ ଯେ, ସେମାନେ ଖବର କାଗଜରେ ରିପୋର୍ଟ ପଢୁଛନ୍ତି । ସରକାର କିଛି ରିପୋର୍ଟ ପ୍ରଦାନ କରୁନାହାଁନ୍ତି ବୋଲି କୋର୍ଟ କହିଥିଲେ ।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..