Report Card Odisha

| Daily Odia News

ଗୌହାଟୀ-ବିକାନେର ଏକ୍ସପ୍ରେସ୍‌ ଦୁର୍ଘଟଣା, ୩ ମୃତ…..

ରିପୋର୍ଟ କାର୍ଡ / କୋଲକାତା

ପଶ୍ଚିମବଙ୍ଗର ଦୋମୋହାଣି ଠାରେ ଗୌହାଟୀ-ବିକାନେର ଏକ୍ସପ୍ରେସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣା ଯୋଗୁ ୪ରୁ ୫ଟି ବଗି ଓଲଟି ପଡିଥିବା ବେଳେ ୧୦ରୁ ଅଧିକ ବଗି ଲାଇନଚ୍ୟୁତ ହୋଇଯାଇଥିବା ପ୍ରାଥମିକ ଭାବେ ଖବର ଆସିଛି। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ କେତେ ଜଣ ଆହତ ହୋଇଛନ୍ତି ସେ ନେଇ ସୂଚନା ମିଳିନାହିଁ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ୧୨ରୁ ଅଧିକ ଜଣ ଅହତ ହୋଇଥିବା କୁହାଯାଉଛି। ୪ ବଗିରେ ଅନେକ ଯାତ୍ରୀ ଥିଲେ। ଲାଇନଚ୍ୟୁତ ଯୋଗୁ ସେମାନେ ଏହା ମଧ୍ୟରେ ଫସି ରହିଛନ୍ତି। ଖବର ପାଇ ଉଦ୍ଧାରକାରୀ ଦଳ ସହ ଅଗ୍ନିଶମ ଓ ରେଳ ବିଭାଗର କର୍ମଚାରୀମାନେ ପହଞ୍ଚିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକ ଓ ପୁଲିସ୍‌ ମଧ୍ୟ ସାମିଲ ହୋଇଛନ୍ତି। ତେବେ ଏଯାଏ ମୃତାହତଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏହି ଟ୍ରେନଟି ବିକାନେରରୁ ଗୌହାଟୀ ଯାଉଥିଲା। ସାମ୍ନାକୁ ଆସିଥିବା ଦୃଶ୍ୟରେ ୪ଟି ଯାକ ବଗି ରେଳ ଧାରଣା ବାହାରେ ଓଲଟି ପଡ଼ିଛି। ସେହିପରି ଅନ୍ୟଯାତ୍ରୀମାନେ ଭୟରେ ରେଳ ଧାରଣ ନିକଟରେ ଛିଡ଼ା ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ସନ୍ଧ୍ୟା ୫ଟାରେ ଏହି ଘଟଣା ଘଟିଛି। ଏକ୍ସପ୍ରେସ ଟ୍ରେନ ୧୫୬୩୩ ବିକାନେରରୁ ଗୌହାଟୀ ଯାଉଥିଲା। ପ୍ରଥମେ ବଡ଼ ଧରଣର ଝଟକା ଲାଗିଥିଲା। ଏହାପରେ ଇଞ୍ଜିନପାଖରୁ ୪ରୁ ୫ ବଗି ଓଲଟି ପଡ଼ିଥିଲା। ଏଥିରେ ଅନେକ ଲୋକ ଆହତ ହୋଇଥିବା ଉକ୍ତ ଟ୍ରେନରେ ଥିବା ଜଣେ ଯାତ୍ରୀ କହିଛନ୍ତି।

Breaking News