ରିପୋର୍ଟ କାର୍ଡ / କଟକ
ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ସଲ୍ଲୁ ଓରଫ୍ ୟାକୁବ ଖାନ୍ ଆତ୍ମସମର୍ପଣ କରିଛି । ହାଇଦର ଫେରାର ଥିବାବେଳେ କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କଲା ହାଇଦରର ସହଯୋଗୀ ୟାକୁବ ଖାନ୍। ଏସସିବି ମେଡିକାଲରେ ଚିକିତ୍ସା ଚାଲିଥିବା ସମୟରେ ହାଇଦରକୁ ଭେଟୁଥିଲା ୟାକୁବ। ଏହା ସହ ସେ ତାକୁ ବିରିୟାନୀ ମଧ୍ୟ ଖୁଆଇଥିଲା । ତେବେ ଆତ୍ମସମର୍ପଣ କରିବା ସହ ସେ ପୋଲିସକୁ ସମସ୍ତ ପ୍ରକାରର ସହଯୋଗ କରିବ ବୋଲି କହିଛିି ୟାକୁବ। ସୂଚନା ଅନୁସରେ – ୩୬ ଘଣ୍ଟା ପରେ ବି ଗ୍ୟାଙ୍ଗଷ୍ଟର ହାଇଦର ସମ୍ପର୍କରେ ପୋଲିସ ଟେର୍ ପାଇପାରୁନଥିବା ବେଳେ ଏସସିବିରୁ ଆସିଛି ହାଇଦର ଫେରାର ପୂର୍ବର ଫଟୋ । ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଫେରାର ହୋଇଯାଇଛି ହାଇଦର । ହେଲେ ହାଇଦର ଏବେ କେଉଁଠି, ରାଜ୍ୟ ଭିତରେ ନା ବାହାରେ ସେ ନେଇ କୌଣସି ବି ସୂଚନା ମିଳିପାରିନି।
More Stories
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..
ସୃଷ୍ଟି ହେଲା ଯୋଡ଼ା ଲଘୁଚାପ: ପ୍ରବଳ ବର୍ଷୀବ,ଏହି ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି…..
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..