ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୃଷ ନଡ଼ା ଜାଳିବରୁ ନିଲମ୍ବିତ ହୋଇଛନ୍ତି ଅଫିସର୍। ଜଣେ କି ଦୁଇ ଜଣ ନୁହେଁ ଏକାଥରକେ ୨୪ ଅଧିକାରୀଙ୍କୁ କରାଗଲା ସସ୍ପେଣ୍ଡ। ଏଭଳି କିଛି ଆକ୍ସନ ନେଇଛନ୍ତି ହରିୟାଣା ସରକାର। ଦିନକୁ ଦିନ ଦିଲ୍ଲୀରେ ବଢ଼ି ଚାଲିଛି ପ୍ରଦୂଷଣ ମାତ୍ରା। ଏଥିପାଇଁ ପ୍ରତିବର୍ଷ ହରିୟାଣାକୁ ମଖ୍ୟତଃ ଦାୟୀ କରାଯାଉଛି। କାରଣ ଅକ୍ଟୋବର ଓ ନଭେମ୍ବର ମାସରେ ଏଠାରେ ଚାଷୀ ଫସଲ କଟାଯିବା ପରେ ନଡ଼ା ଜାଳନ୍ତି। ଏଥିଯୋଗୁ ପଡୋଶୀ ରାଜ୍ୟରେ ପ୍ରଦୂଷଣ ମାତ୍ରା ବଢ଼େ। ଏବେ ଏହାକୁ ନେଇ ଆକ୍ସନ ମୁଡ୍କୁ ଆସିଛନ୍ତି ହରିୟାଣାର ସୈନି ସରକାର। ନଡ଼ା ଜାଳିକା ଘଟଣାକୁ ସେ ଗୁରୁତର ଭାବେ ନେଇଛନ୍ତି। ଏହି ମାମଲାରେ ୨୪ ଜଣ ଅଫିସରଙ୍କୁ ନିଳମ୍ବିତ କରାଯାଇଛି। ଏ ସମସ୍ତ ଅଧିକାରୀ ନିଜ ନିଜ ଅଞ୍ଚଳରେ କୃଷକଙ୍କ ନଡ଼ା ଜାଳିବା ଉପରେ ରୋକ୍ ଲଗାଇବାରେ ଅକ୍ଷମ ଥିଲେ। ତେଣୁ କାର୍ଯ୍ୟରେ ଅବହେଳା ଅଭିଯୋଗରେ ହରିୟାଣା କୃଷି ବିଭାଗ ଏମାନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହା ବ୍ୟତୀତ ନିକଟରେ କ୍ୟାଥଲ ଅଞ୍ଚଳରେ ନଡ଼ା ଜାଳିବା ଅଭିଯୋଗରେ ୧୮ ଜଣ କୃଷକଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ପରେ ଏମାନେଙ୍କୁ ଜାମିନରେ ମୁକ୍ତ କରାଯାଇଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି। ପାନିପତ, ଯମୁନାଗର ଏବଂ ଅମ୍ବାଲା ସମେତ ଅନ୍ୟ କେତେକ ଜିଲ୍ଲାରେ ନଡ଼ା ଜଳିବା ନେଇ ୧୦୦ରୁ ଅଧିକ କୃଷକଙ୍କ ବିରୋଧରେ ଏଫ୍ଆଇଆର୍ ମଧ୍ୟ ହୋଇଛି। ସେପଟେ ହରିୟାଣାର ମୁଖ୍ୟ ଶାସନ ସଚିବ ଟିଭିଏସ୍ଏନ୍ ପ୍ରସାଦ ରବିବାର ରାଜ୍ୟରେ ନଡ଼ା ଜାଳିବା ଉପରେ ପ୍ରଭାବିତ ରୂପେ ରୋକ୍ ଲଗାଇବାକୁ ଡେପୁଟି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।






More Stories
ବିଜୁ ବାବୁଙ୍କୁ ଟାର୍ଗେଟ୍ କରିନଥିଲି…..
ନୀତିନ ନବୀନଙ୍କ ଇସ୍ତଫା…..
ଆଜି ଇସ୍ତଫା ଦେବେ ନୀତୀଶ…..