Report Card Odisha

| Daily Odia News

ଗିରଫ ବିଧାୟକ ରେଭାନ୍ନାଙ୍କୁ ମିଳିଲା ଜାମିନ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅପହରଣ ମାମଲାରେ ଗିରଫ ଜେଡିଏସର ବିଧାୟକ ଏଚ୍‌ଡି ରେଭାନ୍ନାଙ୍କୁ ଜାମିନ ମିଳିଛି | ଆଜି କର୍ଣ୍ଣାଟକାର ସ୍ୱତନ୍ତ୍ର କୋର୍ଟ ଜାମିନ ଦେଇଛନ୍ତି। ପୁଅ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ବାପା ରେଭାନ୍ନା ଅପହରଣ ମାମଲାରେ ଏସ୍‌ଆଇଟି ଦ୍ୱାରା ଗିରଫ ହୋଇଥିଲେ। ତେବେ ସ୍ୱତନ୍ତ୍ର କୋର୍ଟ ୫ ଲକ୍ଷ ଟଙ୍କାର ବ୍ୟକ୍ତିଗତ ବଣ୍ଡ ଓ ସମାନ ଅର୍ଥର ଦୁଇଟି ସ୍ୟୁରିଟି ବଳରେ ତାଙ୍କୁ ଜାମିନ ଦେଇଛନ୍ତି। ଜାମିନ ପାଇଥିଲେ ମଧ୍ୟ ରେଭାନ୍ନାଙ୍କୁ ଏସ୍‌ଆଇଟି ତଦନ୍ତରେ ସହଯୋଗ କରିବାକୁ ପଡ଼ିବ। ସେହିପରି ସେ ମାମଲା ସହ ଜଡ଼ିତ ପ୍ରମାଣକୁ ନଷ୍ଟ କିମ୍ବା ବିକୃତ କରିବାକୁ ଚେଷ୍ଟା କରିବେ ନାହିଁ।ଅସଦାଚରଣ ଓ ଅପହରଣ ମାମଲାରେ ଗିରଫ ହୋଇ ରେଭାନ୍ନା ବିଚାର ବିଭାଗୀୟ ହାଜତରେ ରହିଥିଲେ। ଏହାର ଅବଧି ଆସନ୍ତାକାଲି ସରିବାର ଥିଲା।

Breaking News