Report Card Odisha

| Daily Odia News

ଘରେ ଘରେ ଓମିକ୍ରନ୍ ସମସ୍ତଙ୍କୁ କରିବ ଆକ୍ରାନ୍ତ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓମିକ୍ରନ୍ ଭାରିଆଣ୍ଟ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର ସେ କହିଛନ୍ତି, ସଦ୍ୟତମ ଷ୍ଟଡି କହୁଛି ଓମିକ୍ରନ୍ ଭୂତାଣୁ ବାୟୁରେ ୫ ମିନିଟ୍ ଯାଏଁ ସକ୍ରିୟ ରହୁଛି । ବାୟୁରେ ୫ ମିନିଟ୍ ରହିବା ପରେ ଏହା ଆଉ ସଂକ୍ରମଣ କରୁନି । ୨୦ ମିନିଟ୍ ପରେ ନିଷ୍କ୍ରିୟ ହୋଇଯାଉଛି । ତେଣୁ ଯଦି ଆମେ ମାସ୍କ ପିନ୍ଧିବା ଓମିକ୍ରନରୁ ବର୍ତ୍ତି ପାରିବା । ଓମିକ୍ରନ୍ ହେଲେ ବହୁମାତ୍ରାରେ ତଣ୍ଟି ଦରଜ ହେଉଛି । ନାକ ବୋହିବା, ଛିଙ୍କ ଓ ଜ୍ବର ହେଉଛି । କିନ୍ତୁ ଏହା ୪-୫ ଦିନରେ ଭଲ ହୋଇଯାଉଛି । ଅଧ୍ୟୟନ କହୁଛି, ଜଣେ ଓମିକ୍ରନ୍ ଚିହ୍ନଟ ହେବା ଅର୍ଥ ଆଉ ୬୦ରୁ ୯୦ଜଣ ଓମିକ୍ରନ୍ ଆକ୍ରାନ୍ତ ଅଛନ୍ତି ଯେଉଁମାନେ କି ସ୍ବଳ୍ପ ଲକ୍ଷଣ ବା ଲକ୍ଷଣ ବିହୀନ କିନ୍ତୁ ଚିହ୍ନଟ ହୋଇନାହାନ୍ତି । ଯେହେତୁ ଏହା ଗୁରୁତର ହେଉନି ତେଣୁ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ଆଉ ଟିକେ ମଜଭୁତ ହେବ ବୋଲି ଆଶା କରାଯାଉଛି । ଏବେ ମୁମ୍ବାଇରେ ପିକରେ ପହଞ୍ଚି ଗଲାଣି ସଂକ୍ରମଣ । ଆଗାମୀ ୧୦-୧୨ ଦିନରେ ଓଡ଼ିଶାରେ ପିକ୍‌ରେ ପହଞ୍ଚିବ । ସେପର୍ଯ୍ୟନ୍ତ କେସ୍ ଲୋଡ୍ ବଢିବ । ତାକୁ ନେଇ ଭୟଭୀତ ହେବା ଅନୁଚିତ । ତୃତୀୟ ଲହରରେ ଏଯାଏଁ କୋଭିଡ୍ ପରବର୍ତ୍ତୀ ଜଟିଳତା ଦେଖାଯାଇନି । ଏବେ ସାଧାରଣ ଫ୍ଲୁ ଲକ୍ଷଣ ଥିବା ଲୋକଙ୍କୁ ପରୀକ୍ଷା କଲେ ୫୦ ପ୍ରତିଶତଙ୍କ ନିକଟରେ ଓମିକ୍ରନ୍ ବାହାରିବ । ଏବେ ଘରେ ଘରେ ଓମିକ୍ରନ୍ । ଏହା ସମସ୍ତଙ୍କୁ ଆକ୍ରାନ୍ତ କରିବ । ତେଣୁ ସମସ୍ତେ କୋଭିଡ୍ କଟକଣା ମାନିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।

 

Breaking News