ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରେମ ହେଉଛି ‘ଅନ୍ଧ’। ପ୍ରେମରେ ପଡ଼ିଥିବା ଲୋକ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି। କେହି କେହି ତ ପ୍ରେମରେ ଏପରି ପଦକ୍ଷେପ ନିଅନ୍ତି, ଯାହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ଆଜିକାଲି ସୋସିଆଲ ମିଡିଆରେ ମଧ୍ୟ ସମାନ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଜଣେ ଯୁବକ କନ୍ୟା ବେଶରେ ପ୍ରେମିକାଙ୍କ ବିବାହରେ ପହଞ୍ଚିଥିଲେ । ହେଲେ ସେଠାରେ ସେ ଧରା ପଡ଼ିଯାଇଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହେଉଥିବା ବେଳେ ଲୋକମାନେ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି। ଭିଡିଓଟି ଉତ୍ତରପ୍ରଦେଶର ଭଦୋହିର। ସେଠାରେ ଜଣେ ବ୍ୟକ୍ତି କନ୍ୟା ବେଶରେ ସଜେଇ ହୋଇ ନିଜ ପ୍ରେମିକାଙ୍କ ବିବାହରେ ପହଞ୍ଚିଥିଲେ। ହେଲେ ପରିବାର ଲୋକେ ତାଙ୍କ ଉପରେ ସନ୍ଦେହ କରି ତାଙ୍କୁ ଧରି ନେଇଥିଲେ। ଫଳରେ ବ୍ୟକ୍ତିଙ୍କ ଯୋଜନା ବୃଥା ହୋଇଯାଇଥିଲା।





More Stories
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..
୬ଟି ଆସନରେ ଆଜି ଉପନିର୍ବାଚନ…..