Report Card Odisha

| Daily Odia News

କରୋନା ଭାଇରସକୁ ନେଇ ଲୋକେ ସତର୍କ ହେଉନାହାଁନ୍ତି:କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ କରୋନାର ଦ୍ୱିତୀୟ ଲହର ଅଧିକ ଭୟଙ୍କର ରୂପ ନେଇଛି। ଗତ ୨ ଦିନ ହେଲା ଦେଶରେ ଦୈନିକ ୨ ଲକ୍ଷରୁ ଅଧିକ କରୋନା ସଂକ୍ରମଣ ସାମ୍ନାକୁ ଆସିଛି । ଏହାକୁ ନଜରରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ଚିନ୍ତାବ୍ୟକ୍ତ କରିଛନ୍ତି। କରୋନା ମାମଲା ଅଧିକ ବଢିଛି । ଏହି କାରଣରୁ ହସ୍ପିଟାଲରେ ବେଡ୍ ସଂଖ୍ୟା ଖାଲି ରହୁନାହିଁ ବୋଲି ସେ କହିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାର ବିଭିନ୍ନ ପ୍ରକ୍ରିୟା ଓ ବ୍ୟବସ୍ଥାକୁ ସୁଧାରିବା ପାଇଁ ପ୍ରସ୍ତୁତ ଅଛନ୍ତି ଓ ଏଥିପାଇଁ ଲଗାତର ଭାବେ ପ୍ରୟାସ ଜାରି ରହିଛି । ଆମକୁ ଧୈର୍ଯ୍ୟ ଓ ସାହସର ସହ କାମ କରିବାକୁ ହେବ । ଏହାସହ ଡାକ୍ତରମାନେ ପରିସ୍ଥିତି ଅନୁସାରେ ନିଷ୍ପତ୍ତି ନେଇପାରିବେ ବୋଲି ସେ କହିଛନ୍ତି । ଡ. ହର୍ଷବର୍ଦ୍ଧନ ଆହୁରି ମଧ୍ୟ କହିଛନ୍ତି ଯେ, ସରକାରଙ୍କ ପାଖରେ କରୋନା ମୁକାବିଲା ନେଇ ଗୋଟିଏ ବର୍ଷର ଅନୁଭବ ରହିଛି । ତେଣୁ ସରକାର କରୋନା ମୁକାବିଲାରେ ପୂର୍ବାପେକ୍ଷା ଅଧିକ ପ୍ରସ୍ତୁତ ଅଛନ୍ତି । ଆକ୍ରାନ୍ତ ଓ ତାଙ୍କ ସମ୍ପର୍କୀୟଙ୍କୁ ସକରାତ୍ମକ ମାହୋଲ ଦେବାର ଆବଶ୍ୟକତା ରହିଛି । ଏହାସହ ସାବଧାନତା ମଧ୍ୟ ଅବଲମ୍ବନ କରିବା ଜରୁରୀ । ସମାଜରେ କରୋନା ଭାଇରସକୁ ନେଇ ଆସାବଧାନତା ବଡିଚାଲିଛି । ଲୋକେ ସତର୍କ ହେଉନାହାଁନ୍ତି । କିନ୍ତୁ ଆମକୁ ଧୈର୍ୟ୍ୟ ଓ ସାହସର ସହ କାମ କରିବାକୁ ହେବ ବୋଲି ସେ କହିଛନ୍ତି ।

 

Breaking News