ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗତ ରାତିରେ ସିବିଆଇ ନିର୍ଦ୍ଦେଶକ ରଣଜିତ ସିହ୍ନା କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ | ଆଜି ସକାଳେ ‘ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍’ର ନିର୍ଦ୍ଦେଶକ ରଣଜିତ ସିହ୍ନାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। ୧୯୭୪ ବ୍ୟାଚ୍ର ବିହାର କ୍ୟାଡର୍ର ‘ଆଇପିଏସ୍’ ଅଧିକାରୀ ସିହ୍ନା ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ‘ସିବିଆଇ’ର ନିର୍ଦ୍ଦେଶକ ଥିଲେ। ‘ସିବିଆଇ’ର ମୁଖ୍ୟ ହେବା ପୂର୍ବରୁ ସେ ପାଟନା ଓ ଦିଲ୍ଲୀରେ ‘ସିବିଆଇ’ର ମୁଖ୍ୟ ପଦବୀରେ ଥିଲେ। ଏହା ପୂର୍ବରୁ ସେ ରେଳବାଇ ସୁରକ୍ଷା ବଳର ମୁଖ୍ୟ ଥିଲେ। ୨୦୧୪ରେ ‘ସିବିଆଇ’ର ମୁଖ୍ୟ ଥିବା ବେଳେ ସିହ୍ନା ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ। ଇଶ୍ରାତ୍ ଜହାଁ ମିଥ୍ୟା ଏନ୍କାଉଣ୍ଟର୍ ମାମଲାରେ ‘ଇଣ୍ଟେଲିଜେନ୍ ବ୍ୟୁରୋ’ ସହ ମଧ୍ୟ ତାଙ୍କର ବିବାଦ ଘଟିଥିଲା। ୨୦୧୪ରେ ତାଙ୍କ ପତ୍ନୀ ପାଟନାରୁ ଲୋକସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଉଦ୍ୟମ କରିବା ବେଳେ ମଧ୍ୟ ସିହ୍ନା ଚର୍ଚ୍ଚା ପରିସରକୁ ଆସିଥିଲେ। ତଦନ୍ତ ଏଜେନ୍ସିର ନିର୍ଦେଶକ ଥିବା ବେଳେ ସିହ୍ନା କୋଇଲା ବ୍ଲକ୍ ଆବଣ୍ଟନ ତଦନ୍ତକୁ ପ୍ରଭାବିତ କରିଥିବା ଅଭିଯୋଗ ହୋଇଥିଲା। ୨ଜି ସ୍କାମ୍ ଅଭିଯୁକ୍ତ ଫାର୍ମର ପ୍ରତିନିଧିମାନେ ବହୁବାର ତାଙ୍କ ବାସଭବନକୁ ଯାଇଥିବା କଥା ପରେ ଜଣାପଡ଼ିଥିଲା ବୋଲି କୁହାଯାଏ।






More Stories
ଆଫଗାନିସ୍ତାନରେ ବୋମା ମାଡ଼ କଲା ପାକ୍……
୧୫ IPS ଅଫିସରଙ୍କୁ ୧୭ ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ…..
ମମତା ଙ୍କ ଘରେ ସିଆଇଡ଼ି ଚଢ଼ାଉ…..