ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ବି ପୁରୀରେ ପ୍ରବଳ ଭିଡ଼। ଶ୍ରୀଜିଉଙ୍କ ଦର୍ଶନ ଲାଗି ଆଜି ବି ସକାଳୁ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି। ଗତକାଲି ପୁରୀକୁ ପ୍ରାୟ ୫ଲକ୍ଷରୁ ଅଧିକ ଭକ୍ତ ଆସିଥିବାରୁ ନୀତିକାନ୍ତିରେ ସମନ୍ୱୟ ରଖାଯାଇ ବିଳମ୍ବିତ ରାତି ଯାଏଁ ଦର୍ଶନ ଜାରି ରହିଥିଲା। ଦିନରେ ଅତ୍ୟଧିକ ଭିଡ଼ ହେବାରୁ ଠେଲାପେଲା ସ୍ଥିତି ଉପୁଜିଥିଲା। ଭକ୍ତମାନେ ବ୍ୟାରିକେଡ ଡେଇଁ ଶ୍ରୀମନ୍ଦିର ଭିତରକୁ ଧସେଇ ପଶିଥିବା ବେଳେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୋଲିସ କସରତ କରିଥିଲା। ପିପିଲି ଟୋଲ ଗେଟରେ ପୁରୀମୁହାଁ ଗାଡ଼ି ଓ ପୁରୀରୁ ଫେରୁଥିବା ଗାଡ଼ି ସବୁ ଅଟକି ରହିବାରୁ ସ୍ଥିତି ଅସମ୍ଭାଳ ହେଉଛି। ଟୋଲଗେଟ୍ରେ ଫାଷ୍ଟାଗର ସୁବିଧା ଥିଲେ ବି ବହୁ ସଂଖ୍ୟକ ଗାଡ଼ି ଆସିଥିବାରୁ ଘଣ୍ଟା ଘଣ୍ଟା ଧରି ତାହା ଛିଡ଼ା ହୋଇ ରହିଥିଲା।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……