ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର ଅଧିକାରୀମାନେ ଗୁରୁବାର ଜାମ୍ବିଆର ଜଣେ ମହିଳାଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ୨୧ କୋଟି ଟଙ୍କା ମୂଲ୍ୟର ହେରୋଇନ ଜବତ ହୋଇଛି। ଉକ୍ତ ମହିଳାଙ୍କ ନାମ ଜୁଲିଆନା ମୁତାଲେ ବୋଲି ଜଣାଯାଇଛି। ସେ ଜୋହାନ୍ସବର୍ଗରୁ ଦୋହା ବାଟଦେଇ ମୁମ୍ବଇ ଆସିଥିଲେ। ତେବେ ଗୁଇନ୍ଦା ସୂଚନା ପାଇବା ପରେ ବିଭାଗୀୟ ଅଧିକାରୀମାନେ ମୁମ୍ବଇ ବିମାନ ବନ୍ଦରରେ ଜୁଲିଆନାଙ୍କ ଷ୍ଟ୍ରୋଲି ବ୍ୟାଗ ଯାଞ୍ଚ କରିବା ପରେ ତାହା ଭିତରୁ ଏକ ପ୍ୟାକେଟ ହେରୋଇନ ମିଳିଥିଲା। ତେବେ ମହିଳା ଜଣକ କହିଛନ୍ତି ଯେ କେହିଜଣେ ତାଙ୍କୁ ଉକ୍ତ ପ୍ୟାକେଟ ଜୋହାନ୍ସବର୍ଗରେ ଦେଇଥିଲେ ଏବଂ ତାହା ମୁମ୍ବଇର ଜଣେ ବ୍ୟକ୍ତିଙ୍କୁ ଦେବାକୁ କୁହାଯାଇଥିଲା। ଅବଶ୍ୟ ସେ ଟଙ୍କା ରୋଜଗାର ପାଇଁ ବେଆଇନ ଭାବରେ ନିଶା ଦ୍ରବ୍ୟ କାରବାର କରୁଥିବା କଥାକୁ ସ୍ୱୀକାର କରିଛନ୍ତି। ସ୍ଥାନୀୟ ଏକ ଅଦାଲତ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଗତ ଛଅମାସ ମଧ୍ୟରେ ମୁମ୍ବଇ ବିମାନ ବନ୍ଦରରୁ ଏଭଳି ମାରାତ୍ମକ ନିଶାଦ୍ରବ୍ୟ ଜବତ କରାଯିବା ଏହା ଚତୁର୍ଥ ଘଟଣା ବୋଲି ସୂଚନା ମିଳିଛି |
More Stories
ଅଲଗା ହେଲେ ୟୁଜବେନ୍ଦ୍ର ଓ ଧନଶ୍ରୀ….
ବସ୍ ଜଳି ୪ଜଣଙ୍କ ମୃତ୍ୟୁ,ଡ୍ରାଇଭର ରଚିଥିଲା ଷଡ଼ଯନ୍ତ୍ର….
ଟି-ଶର୍ଟ ଖୋଲିକି ଆସିଲେ ସଂସଦ ଚାଲିବ:ଓମ ବିର୍ଲା…..