ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୀମାରେ ଆତଙ୍କୀ ହମଲା ଜାରି ରହିଛି। ଏହାରି ମଧ୍ୟରେ ଜମ୍ମୁରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସୂଚନା ଅନୁସାରେ, ପଞ୍ଜାବର ପଠାନକୋଟ ଜିଲ୍ଲାର ଜଣେ ମହିଳା ଉକ୍ତ ଅଞ୍ଚଳରେ ୭ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିବା ପରେ ଜମ୍ମୁରେ ହାଇ ଆଲର୍ଟ ଜାରି କରାଯାଇଛି। ପ୍ରାଥମିକ ସତର୍କତା ସ୍ୱରୂପ ଅଞ୍ଚଳର ସମସ୍ତ ଆର୍ମି ସ୍କୁଲକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ସମସ୍ତ ଆର୍ମି ସ୍କୁଲ୍ ବନ୍ଦ ରହିବ। ସ୍ଥାନୀୟ ଅଞ୍ଚଳନରେ ସର୍ଚ୍ଚ ଅପରେସକୁ ଜୋରଦାର କରାଯିବା ସହ ବ୍ୟାପକ ସୈନ୍ୟ ଏବଂ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ ରଖାଯାଇଛି। ସେପଟେ ପଞ୍ଜାବ ପୁଲିସ ଜଣେ ସନ୍ଦିଗ୍ଧର ସ୍କେଚ୍ ଜାରି କରି ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ସ୍ଥାନୀୟ ଲୋକଙ୍କୁ ସଜାଗ ରହିବା ସହ କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କ ସୂଚନା ପାଇଲେ ତୁରନ୍ତୁ ପୁଲିସକୁ ରିପୋର୍ଟ କରିବାକୁ କୁହାଯାଇଛି।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….