Report Card Odisha

| Daily Odia News

ବିହାର ହାଇକୋର୍ଟଙ୍କ କଡା ତାଗିଦ,ରାଜ୍ୟବାସୀଙ୍କୁ ଅନୁରୋଧକଲେ ନୀତିଶ….

ରିପୋର୍ଟ କାର୍ଡ / ପାଟଣା

ବିହାରରେ କରୋନା ସଂକ୍ରମଣ ହୁହୁ ହୋଇ ବଢିବଢି ଚାଲିଛି | ବିହାରରେ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗୁଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତିି । କହିଛନ୍ତି କି କେହି ଏବେ ବିବାହ ଉତ୍ସବ ଆୟୋଜନ ନ କରିବା ଆବଶ୍ୟକ। ଏକାଠି ବହୁ ଲୋକ ଜମା ହେଲେ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି। ତେଣୁ ରାଜ୍ୟବାସୀ ଏନେଇ ସଚେତନ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ମେ’ ୧୫ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏପରିସ୍ଥଳେ ବିବାହ ଉତ୍ସବରେ ବରକନ୍ୟା ପଣ୍ଡିତଙ୍କୁ ମିଶାଇ ୫୦ ଜଣ ଯୋଗଦେଇ ପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ସେପଟେ ଆଜି ବିହାର ହାଇକୋର୍ଟ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ ବର୍ଷିଛନ୍ତି ।
ହାଇକୋର୍ଟ ନୀତିଶ ସରକାରଙ୍କୁ କହିଛନ୍ତି କି ଯଦି ତୁମ ସରକାର ଦ୍ୱାରା କୋଭିଡ ପରିଚାଳନା ସଠିକ୍ ଢଙ୍ଗରେ ହୋଇପାରୁ ନାହିଁ ତେବେ କୋଭିଡ୍ ପରିଚାଳନା ଦାୟିତ୍ୱ ସେନା ହାତକୁ ଦେଇଦିଅ । ଅନ୍ୟପଟେ ବାରମ୍ବାର ତାଗିଦ ପରେ ରାଜ୍ୟରେ କରୋନା ପରିଚାଳନାର ଠିକ୍ ଭାବେ ହୋଇପାରୁ ନଥିବାରୁ ନୀତିଶ ସରକାର ଉପରେ କୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି ।

 

Breaking News