Report Card Odisha

| Daily Odia News

ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କ ପରଲୋକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ବୀରଭଦ୍ର ସିଂଙ୍କ ପରଲୋକ ।  ୮୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘଦିନ ଧରି ସେ ରୋଗାଗ୍ରସ୍ତ ଥିବା ବେଳେ ଗୁରୁବାର ଭୋର ୩ଟା ୪୦ ମିନିଟରେ ସିମଲା ସ୍ଥିତ ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ବୀରଭଦ୍ର ପ୍ରାୟ ୨ ମାସ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେ ୨ ଥର କରୋନାକୁ ମାତ୍ ଦେଇଥିଲେ । ତେବେ ଗତ ୨ ସପ୍ତାହ ହେବସେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିଲେ । ଏହାପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ସୂଚନାଯୋଗ୍ୟ, ବୀରଭଦ୍ର ୬ ଥର ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ରହିଥିଲେ । ଅର୍ଥାତ ହିମାଚଳ ରାଜନୀତିରେ ତାଙ୍କର ଦବଦବା ଅଧିକ ରହିଥିଲା । ଆହୁରି ମଧ୍ୟ ସେ ୯ ଥର ବିଧାୟକ ରହିଥିଲେ । ୫ ଥର ସଂସଦକୁ ମଧ୍ୟ ନିର୍ବାଚିତ ହୋଇଥିଲେ ବୀରଭଦ୍ର । ବୀରଭଦ୍ରଙ୍କୁ ୨୦୦୯ରେ ମନମୋହନ ସିଂଙ୍କ ସରକାରରେ ଇସ୍ପାତ ମନ୍ତ୍ରୀ ଦାୟିତ୍ୱ ମିଳିଥିଲା । ସେ ପ୍ରଥମ ଥର ୧୯୮୩ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାପରେ ୧୯୯୦ ଯାଏଁ ୨ ଥର ଏହି ପଦରେ ରହିଥିଲେ । ୧୯୯୩ରୁ ୧୧୯, ୨୦୦୩ରୁ ୨୦୦୭ ଓ ୨୦୧୭ରୁ ୨୦୧୭ ଯାଏଁ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ ।

 

Breaking News