Report Card Odisha

| Daily Odia News

ହିମନ୍ତ ବିଶ୍ୱଶର୍ମା ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି | ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ହିମନ୍ତ ବିଶ୍ୱଶର୍ମା । ଏକ ସପ୍ତାହ ଧରି ମୁଖ୍ୟମନ୍ତ୍ରୀ ନାଁରେ ଜାରି ଥିବା ସସପେନ୍ସରେ ଆଜି ପୂର୍ଣ୍ଣଛେଦ ପଡ଼ିଛି । ବିଜେପି ବିଧାୟକ ଦଳ ବୈଠକରେ ହିମନ୍ତ ବିଶ୍ୱଶର୍ମାଙ୍କ ନାମରେ ସହମତି ପ୍ରକାଶ ପାଇଛି । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ସୂଚନା ଦେଇଛନ୍ତି । ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବେ ହିମନ୍ତ ବିଶ୍ୱଶର୍ମାା । ସର୍ବାନନ୍ଦ ସୋନଓ୍ବାଲ ଏହି ରେସରେ ପଛରେ ପଡ଼ି ଯାଇଥିବା ବେଳେ ବାଜି ଜିତି ଯାଇଛନ୍ତି ହିମନ୍ତ । ତେବେ ବିଧାୟକ ଦଳ ବୈଠକରେ ସର୍ବାନନ୍ଦ ସୋନୱାଲ ହିମନ୍ତଙ୍କ ନାଁ ପ୍ରସ୍ତାବ ଦେଇଥିଲେ ,ଯେଉଁଥିରେ ସହମତି ପ୍ରକାଶ ପାଇଛି । ହିମନ୍ତ ବଶ୍ୱ ଶର୍ମା ମୁଖ୍ୟମନ୍ତ୍ରୀ ବିବେଚିତ ହେବା ପୂର୍ବରୁ ସ୍ପଷ୍ଟ ହୋଇସାରିଥିଲା, ସେ ହିଁ ରାଜ୍ୟର ଭାର ସମ୍ଭାଳିବେ । ତଥାପି ବର୍ତ୍ତମାନର ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲଙ୍କୁ ଦିଲ୍ଲୀରୁ ଡକରା ଆସିଥିଲା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ସରକାର ଗଠନ ନେଇ ଆଲୋଚନା ହୋଇଥିଲା। ସେପଟେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ସର୍ବାନନ୍ଦ ସୋନୱାଲ । ରାଜ୍ୟପାଳଙ୍କ ନିକଟରେ ସେ ଇସ୍ତଫାପତ୍ର ଦାଖଲ କରିଛନ୍ତି । ଆସାମର ମୁଖ୍ୟମନ୍ତ୍ରୀ ହେବା ପୁୂର୍ବରୁ ସର୍ବାନନ୍ଦ ସୋନଓ୍ବାଲ ମାଦି ସରକାରରେ ୨୦୧୪ରୁ ୨୦୧୬ ପର୍ଯ୍ୟନ୍ତ ମନ୍ତ୍ରୀ ରହିସାରିଛନ୍ତି । ବିଧାୟକ ଦଳ ବୈଠକ ପରେ ଏନଡିଏର ଏକ ବୈଠକ ବସିବାର ଯୋଜନା ରହିଛି । ଏଥିରେ ଆସାମ ଗଣ ପରିଷଦ ଓ ୟୁପିପିଏଲ ମଧ୍ୟ ସାମିଲ ରହିବେ । ଏନଡିଏ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ମନ୍ଥନ ହେବ । ଆଉ ତା’ପରେ ସନ୍ଧ୍ୟା ୪ଟାରେ ରାଜ୍ୟପାଳଙ୍କୁ ଭେଟି ଆସାମରେ ସରକାର ଗଢ଼ିବା ପାଇଁ ଦାବି ଉପସ୍ଥାପନ କରିବ ବିଜେପି । ଆସନ୍ତାକାଲି ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଆସାମର ୧୨୬ ସିଟରୁ ବିଜେପି ହାତରେ ରହିଛି ୬୦ଟି ସିଟ୍ ।

Breaking News