Report Card Odisha

| Daily Odia News

ମାତୃ ଦିବସରେ ଜନ୍ମଦାତ୍ରୀ ମା ପାଇଁ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଜୀବନର ଅଜ୍ଞାତ ସ୍ରଷ୍ଟା ହେଉଛି ମା | ପ୍ରାଣୀର ଜୀବନ ମାଆ ମାଧ୍ୟମରେ ହିଁ ଏ ସଂସାରକୁ ଆସିଥାଏ । ଦୁନିଆର ସବୁ ଖୁସି ଆଉ ସବୁଠାରୁ ସୁରକ୍ଷିତ ସ୍ଥାନ ହେଉଛି ମା କୂଳ ତା ତାଠାରୁ ଆଉ କିଛି ନାହିଁ | ମା ଆମକୁ ଏ ସୁନ୍ଦର ସଂସାରକୁ ଆଣିଛି | ମାଆ ସେ ସର୍ବଂସାହା । ମାତୃଶକ୍ତି ଆଗରେ ହାର ମାନିଥାଏ ସବୁକିଛି | ମାଆଠୁ ବଳି ଦୁନିଆରେ କିଛି ବି ନାହିଁ । ଜନ୍ମ ନ ଦେଇ ମଧ୍ୟ ଲାଳନପାଳନ କରିବା, ସେବା କରିବା, ନିଜକୁ ନିଃଶେଷ କରି ଅନ୍ୟକୁ ସମୃଦ୍ଧ କରିବା ମାତୃତ୍ୱର ରୂପ । ପ୍ରାକୃତିକ ମାତୃତ୍ୱଠାରୁ ବିକଳ୍ପ ମାତୃତ୍ୱ ଅନେକ ଊର୍ଦ୍ଧ୍ୱସ୍ତରରେ ବୋଲି ପୁରାଣ, କିମ୍ବଦନ୍ତୀ ଓ ଇତିହାସରେ ରହିଅଛି । ମାର ଲାଳନ ପାଳନରେ ଥାଏ ଅନାବିଳ ସ୍ନେହ । ତା ଭଲପାଇବାର ନାହିଁ ତୁଳନା । ସେ ଅତୁଳନୀୟ । ଆଜି ଅନ୍ତର୍ଜାତୀୟ ମାତୃ ଦିବସ । ମା ମାନଙ୍କୁ ସମ୍ମାନିତ କରିବାର ଦିନ । ପରିବାର ମଧ୍ୟରେ ମାତୃ ବନ୍ଧନ ଭାବରେ ସାରା ବିଶ୍ୱରେ ପାଳନ କରାଯାଏ । ଏହା ଏକ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସବ ଯାହା ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରରେ ପଡେ । ଗୋଟେ ନାରୀର ମା , ଭଗିନୀ ସ୍ତ୍ରୀ ରୂପ ଲିଭେଇଥାଏ | କିନ୍ତୁ ପରିବାର ପାଇଁ ମାର ଅନେକ ଅବଦାନ । ଆମ ଜୀବନରେ ମାଆ ପରି ବ୍ୟକ୍ତିତ୍ୱ, ଯେଉଁମାନେ ଆମକୁ ପ୍ରତିଦିନ ପ୍ରେରଣା ଦିଅନ୍ତି ଏବଂ ଆମକୁ ଭଲ ଲୋକ ହେବାକୁ ଆଗକୁ ବଢାଇବାର ଉତ୍ସ ଦେଇଥାନ୍ତି । ବିଶ୍ୱାସ କରାଯାଏ ଯେ ଆଧୁନିକ ମାତୃ ଦିବସ ଉତ୍ସବ ପ୍ରଥମେ ଆମେରିକାରେ ଆରମ୍ଭ ହୋଇଥିଲା । ଯେତେବେଳେ ଆନ୍ନା ଜାରଭିସ୍ ନାମକ ଜଣେ ମହିଳା ଏହି ଦିନକୁ ସ୍ମରଣ କରିବାକୁ ଚାହୁଁଥିଲେ କାରଣ ତାଙ୍କ ନିଜ ମା ଏପରି ଇଚ୍ଛା ପ୍ରକାଶ କରିଥିଲେ । କହି ରଖିବୁକି ମାତୃତ୍ୱକୁ ସମ୍ମାନ ଦିଅନ୍ତୁ ମା କୁ ସମ୍ମାନ ଦିଅନ୍ତୁ |ଖାଲି ଗୋଟିଏ ଦିନ ମାକୁ ଭଲ ପାଇବା କି ସମ୍ମାନ ଦେଇଦେଲେ ହେବନି | ସେ ନିଜ ଜୀବନକୁ ବାଜିଲଗେଇ ଏ ସୁନ୍ଦର ସୃଷ୍ଟିକୁ ଆମକୁ ଆଣିଛି | ଆମକୁ ସୁରକ୍ଷିତ ରଖି ନିଜର କର୍ତ୍ତବ୍ୟ ନିଭାଇଛି | କିନ୍ତୁ ଆମେ ମାନେ ମା ବାପା ବୃଦ୍ଧ ହେଲାପରେ ଆମ ପାଇଁ ବୁଝ ହେଇଯାଉଛନ୍ତି ଯେ ଆମେ ତାଙ୍କୁ ବୃଦ୍ଧ ଆଶ୍ରମ ରେ ଛାଡି ଦେଉଛୁ | ଘରେ ରହିବ ପାଇଁ ଦେଉନାହୁଁ | ବାସ୍ତବରେ ଆମେତ ତାଙ୍କ ପାଇଁ ବୋଝ ହୋଇନଥିଲୁ କି ସେ ମାନଙ୍କ ମନରେ ଆମ ପାଇଁ ସେଭଳି ଧାରଣା ନଥାଏ | ସବୁ ବେଳେ ମାଆବାପାଙ୍କୁ ସମ୍ମାନ ଦିଅନ୍ତୁ |

 

Breaking News