ରିପୋର୍ଟ କାର୍ଡ / ସମ୍ବଲପୁର
ହୀରାକୁଦ ଜଳଭଣ୍ଡାରର କ୍ୟାଚମେଣ୍ଟ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଜଳଭଣ୍ଡାରକୁ ଅତିରିକ୍ତ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ପାଇଛି। ଫଳରେ ଜଳଭଣ୍ଡାରର ଜଳପତ୍ତନ ମଧ୍ୟ କ୍ରମଶଃ ବୃଦ୍ଧି ପାଇଛି। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଜଳଧାରଣର ସଠିକ ପରିଚାଳନା ସ୍ବରୂପ ଅତିରିକ୍ତ ବନ୍ୟାଜଳ ନିଷ୍କାସନ ପାଇଁ ଶନିବାର ପୁଣିଥରେ ହୀରାକୁଦ ଜଳଭଣ୍ଡାରର ସ୍ଲୁଇସ ଗେଟ ଖୋଲାଯାଇଛି। ବାମ ପାଶର୍ବର ୩ ଓ ଦକ୍ଷିଣ ପାର୍ଶର ଗୋଟିଏ ମିଶି ମୋଟ ୪ଟି ସ୍ଲୁଇସ ଗେଟ୍କୁ ଖୋଲାଯାଇ ଜଳଭଣ୍ଡାରରୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ ଆରମ୍ଭ କରାଯାଇଛି। ଏହା ପୂର୍ବରୁ ମହାନଦୀ ଅବବାହିକାରେ ଥିବା ଗ୍ରାମ ଗୁଡ଼ିକରେ ବସବାସ କରୁଥିବା ଲୋକଙ୍କୁ ମହାନଦୀରେ ବନ୍ୟାଜଳ ନିଷ୍କାସନ ନେଇ ଡାକବାଜି ଯନ୍ତ୍ରରେ ସମୃକ୍ତ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଥିଲା।






More Stories
ଆସୁଛି ଲଘୁଚାପ…..
ସୈାମ୍ୟରଞ୍ଜନ ମୃତ୍ୟୁ ଘଟଣା;ଗିରଫ ସଂଖ୍ୟା ୧୧କୁ ବୃଦ୍ଧି….
ବିଜେପିର ଶପଥ ଗ୍ରହଣ ଉତ୍ସବ:ଦୁର୍ଗା ମୂର୍ତ୍ତିରୁ ମଞ୍ଚ ଉପରେ ଝାଲମୁଢି ପର୍ଯ୍ୟନ୍ତ….