ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗୃହ ବିଭାଗରେ କେତେ ପଦବୀ ଖାଲି ପଡ଼ିଛି ଅଧିକାରୀ ତାହାର ତଥ୍ୟ ଦେଉ ନାହାନ୍ତି । ବାରମ୍ବାର ନିର୍ଦ୍ଦେଶ ପରେ ବି ଖାଲି ପଦବୀର ତଥ୍ୟ ଦେଉ ନାହାନ୍ତି। ଏହାକୁ ନେଇ ଚିଠି ଲେଖିଛନ୍ତି ଗୃହ ବିଭାଗ ସ୍ବତନ୍ତ୍ର ସଚିବ। ପୋଲିସ ଡିଜି, ଅଗ୍ନିଶମ ଡିଜି, ଜେଲ୍ ଡିଜିଙ୍କୁ ଚିଠି ଲେଖିଛନ୍ତି। ହାଇକୋର୍ଟ ରେଜିଷ୍ଟ୍ରାର ଓ ଜୁଡିସିଆଲ ଏକାଡେମୀକୁ ବି ଗୃହ ବିଭାଗ ଚିଠି ଲେଖିଛି। ୧୫ ତାରିଖରେ ଥିବା ସଚିବସ୍ତରୀୟ ବୈଠକ ପୂର୍ବରୁ ତଥ୍ୟ ଦେବାକୁ ଗୃହ ବିଭାଗ ନିର୍ଦ୍ଦେଶ ଦେଇଛି।






More Stories
ସ୍କୁଲ ଛୁଟି ଘୋଷଣା !…..
ଅକ୍ଷୟ ତୃତୀୟାରେ ସିଏମ କିଷାନ ରାଶି…..
ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୬ ନିର୍ଦ୍ଦେଶ…..